ଭୁଲ ଆକାଉଣ୍ଟରେ ପଠା ହୋଇଥିବା ପଇସା ଏମିତି ମିଳିପାରିବା ଆପଣଙ୍କୁ।

ଆଜିକାଲି ପଇସା ଟ୍ରାନ୍ସଫର କରିବା ବହୁତ ପ୍ରଣାଳୀ ହୋଇଗଲାଣି। ଆପଣ ଘରେ ବସି ଇଣ୍ଟରନେଟ ବ୍ୟାଙ୍କିଙ୍ଗ ,ୟୁପିଆଇ ସହିତ କେତେ ପ୍ରଣାଳୀ ରେ ଅତି କମ ସମୟରେ ପଇସା କାହାପାଖକୁ ବି ପଠାଇ ପାରିବେ। ବେଳେ ବେଳେ ଏମିତି ବି ହୁଏ କି ଆମେ ଭୁଲ ଆକାଉଣ୍ଟ ନମ୍ବର ରେ ପଇସା ପଠାଇ ଦେଇଥାଉ।ଏହି ସମୟରେ ତତ୍କାଳିନ କିଛି କରିବା ଆବଶ୍ୟକ।ଯାହା ଆମେ ଆଗକୁ କହିବାକୁ ଯାଉଛୁ। ଯଦି ଆପଣ ତତ୍କାଳିନ କିଛି ନ କରିବେ ଏହାର ପରିଣାମ ଆପଣଙ୍କୁ ଭୋଗିବାକୁ ପଡିବ। ଏଥିପାଇଁ ସମୟ ଥିବା ସମୟରେ ଆପଣ କିଛି କରିବା ଆବଶ୍ୟକ।

ତୁରନ୍ତ ପଚାରନ୍ତୁ

ପଇସା ପଠାଇବା ର ତୁରନ୍ତ ଯୋଉ ବ୍ୟକ୍ତି କୁ ପଠାଇଛନ୍ତି ପଚାରି ବୁଝନ୍ତୁ ପଇସା ପହଂଚିଛି କି ନାହିଁ। ଯଦି ତାଙ୍କ ଖାତା ରେ ପଇସା ପହଂଚିଛି ତ ଠିକ ଅଛି। ଯଦି ନ ପହଂଚିଥିବ ତ ଏହାର ଯାଞ୍ଚ କରନ୍ତୁ ଆପଣ ସଠିକ ନାମ,ଆକାଉଣ୍ଟ ନମ୍ବର ଓ ବ୍ୟାଙ୍କ ଆଦି ସଠିକ ଦେଇଥିଲେ କି ନାହିଁ।

ବ୍ୟାଙ୍କ ରେ ତତ୍କାଳିନ ଅଭିଯୋଗ କରନ୍ତୁ

ଯଦି ଆପଣ ଙ୍କୁ ଏହା ଲାଗୁଥାଏ କି ଆପଣ ପଇସା କୌଣସି ଭୁଲ ବ୍ୟକ୍ତି କୁ ପଠାଇଦେଇଛନ୍ତି ତ ଏହାର ସୂଚନା ବ୍ୟାଙ୍କ କୁ ଦିଅନ୍ତୁ। ତା ସହତ ଏହାର ଲିଖିତ ଖବର ବି ଦିଅନ୍ତୁ। ଏହା ଠାର ପଇସା ଦେଇଥିବା ତାରିଖ,ସମୟ,ଆପଣଙ୍କ ଆକାଉଣ୍ଟ ନମ୍ବର ଓ ଯାହାକୁ ଭୁଲ ରେ ପଇସା ପଠାଇଛନ୍ତି ତାହାର ସୂଚନା ସବୁ ବି ଦିଅନ୍ତୁ।

କେବେ କେବେ ମନକୁ ଫେରସ୍ତ ଆସେ ପଇସା

ବେଳେ ବେଳେ ଭୁଲ ଆକାଉଣ୍ଟ ନମ୍ବର ଓ ଭୁଲ IFSC କୋଡ଼ ଦେଇଥିବାରୁ ପଠାଯାଇଥିବା ପଇସା ମନକୁ ଫେରସ୍ତ ଆସିଥାଏ। ଏମିତିରେ କିଛି ସମୟ ଲାଗିପାରେ। ଯଦି ଆପଣଙ୍କ ଖାତା ରେ ପଇସା ନ ଆସୁଛି ତ ଶାଖା କୁ ଯାଇ ମ୍ୟାନେଜର ସହିତ ଦେଖା କରନ୍ତୁ। ଏହାର ସୂଚନା ନିଅନ୍ତୁ କି ପଇସା କାହା ଖାତାକୁ ଯାଇଛି । ଯଦି ଏହି ଭୁଲରେ ପଠାହେଇଥିବା ପଇସା ଆପଣଙ୍କ ବ୍ୟାଙ୍କର ଶାଖା ହୋଇଥିବ ତ ପଇସା ସହଜରେ ଆସିପାରିବ।

ଫେରସ୍ତ ଆସିପାରେ ପଇସା

ଯଦି କୌଣସି ଅନ୍ୟ ବ୍ୟାଙ୍କରୁ ପଇସା ଯାଇଥିବା ତ ଫେରସ୍ତ ଆସିବାରେ ସମୟ ଲାଗିପାରେ। କେତେ ଥର ତ ବ୍ୟାଙ୍କ ଏପରି ସମସ୍ୟା ସମାଧାନ ପାଇଁ ୨ ମାସ ବି ଲଗାଇଦେଇଥାଏ। ଆପଣଙ୍କ ନିଜ ବ୍ୟାଙ୍କରୁ ଏହାର ସୂଚନା ବାହାର କରିପାରିବେ କି ପଇସା କେଉଁ ସହର ,କେଉଁ ଶାଖା ବା କେଉଁ ଲୋକ ର ଖାତା କୁ ଯାଇଛି। ସେହି ବ୍ରାଞ୍ଚ ସହିତ କଥା ହୋଇ ଆପଣ ନିଜ ପଇସା ଫେରସ୍ତ ଆଣିପାରିବେ।

ବ୍ୟାଙ୍କ ଦେଇଥାଏ ନିର୍ଦେଶ

ଆପଣ ନିଜ ବ୍ୟାଙ୍କରୁ କୌଣସି ଅନ୍ୟ ଖାତାକୁ ପଇସା ପଠାଇଲେ ବ୍ୟାଙ୍କ ଆପଣଙ୍କ ପାଖକୁ ଏକ ମେସେଜ ପଠାଇ ପାରେ।ଏହା ବି ଲେଖା ହୋଇଥାଏ କି ଯଦି ଆପଣ ଭୁଲରେ କାହାକୁ ପଠାଇଛନ୍ତି ତ ଏ ନମ୍ବରରେ ମେସେଜ ପଠାନ୍ତୁ।RBI ବି ବ୍ୟାଙ୍କଙ୍କୁ ନିର୍ଦ୍ଦେଶ ଦେଇଛି କି ଯଦି ଭୁଲରେ ପଇସା ପଠାଯାଇଛି ତ ବ୍ୟାଙ୍କକୁ ଜଲ୍ଦି କିଛି ପଦକ୍ଷେପ ନେବାକୁ ହେବ। ବ୍ୟାଙ୍କ ଆପଣଙ୍କ ପଇସା ଭୁଲ ଖାତାରୁ ଠିକ ଖାତାକୁ ଆଣିବାକୁ ବାଧ୍ୟ।

ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥାଏ ଗୋଟିଏ ଲାଇକ ଓ କମେଣ୍ଟ ନିଶ୍ଚିନ୍ତ କରିବେ| ଏବଂ ସାଙ୍ଗ ସାଥୀଙ୍କ ସହ ଶେୟାର କରି ପଢ଼ିବାର ସୁଯୋଗ ଦିଅନ୍ତୁ, ଧନ୍ୟବାଦ |

Leave a Reply

Your email address will not be published. Required fields are marked *