ବଲିଉଡର ଲୋକପ୍ରିୟ ତଥା ଅନୁଭବ ସଂପନ୍ନ ଅଭିନେତା ରିସି କପୁର ଆଉ ଏହି ଦୁନିଆରେ ନାହାଁନ୍ତି। କ୍ୟାନ୍ସର ସହ ଲଢ଼ୁଥିବା ରିସି କପୁର ଙ୍କର ୬୭ ବର୍ଷରେ ମୃତ୍ୟୁ ହୋଇଛି। ସେ କେତେ ଦିନ ଧରି ବେମାରରେ ଥିଲେ।ତାଙ୍କର ଭାଇ ରଣଧୀର କପୁର କହିଲେ ଯେ ରିସି କପୁର ଙ୍କୁ ଡାକ୍ତରଖାନା ବୁଧବାର ଦିନ ନିଆଯାଇଥିଲା। ତାଙ୍କର ନିଶ୍ୱାସ ନେବାରେ କଷ୍ଟ ହେଉଥିଲା। ରିସି ଙ୍କର ମୃତ୍ୟୁ ପରେ ଅମିତାଭ ବଚ୍ଚନ ଙ୍କ ସହିତ ବଲିଉଡର କେତେ ସେଲିବ୍ରେଟି ଟ୍ୱିଟ କରିଥିଲେ।କହିଦେଉଛୁ କି ଇରଫାନ ଙ୍କ ପରେ ରିସି କପୁର ଙ୍କର ଯିବା ଏବେ ବହୁତ ଶୋକ ର ଛାୟା ଖେଳାଇଦେଇଛି।
ବିତିଯାଇଥିବା ଡିସେମ୍ବର ରେ ଭାରତ ଫେରିଥିଲେ:- ରିସି କପୁର US ରେ ପାଖା ପାଖି ୧ବର୍ଷ ଚିକିତ୍ସିତ ହେବା ପରେ ଡିସେମ୍ବର କୁ ଭାରତ ଆସିଥିଲେ। ଫ୍ରେବୃୟାରି ରେ ସ୍ୱାସ୍ଥ୍ୟ ବିଗିଡିବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଇଂଫେକ୍ସନ ପାଇଁ ହୋଇଥିଲେ ଭର୍ତ୍ତି:- କିଛି ଦିନ ପୂର୍ବରୁ ସେ ଦିଲ୍ଲୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠି କେଉଁ ପରିବାର ଫଙ୍କସଁ ରେ ଯୋଗ ଦେବା ପାଇଁ ଯାଇଥିଲେ। ସେହି ସମୟରେ ସେ କହିଥିଲେ ଯେ ତାଙ୍କୁ କିଛି ଇଂଫେକ୍ସନ ହୋଇଛି।
୨ଏପ୍ରିଲ ରୁ ସୋସିଆଲ ମିଡିଆରେ ଆକ୍ଟିଭ ରହି ନାହାଁନ୍ତି:
ମୁମ୍ବାଇ ଫେରିବା ପରେ ଭାଇରଲ ଜ୍ଜ୍ୱର ଯୋଗୁଁ ରେ ଭର୍ତ୍ତି ହୋଇଥିଲେ। ରିସି କପୁର ସୋସିଆଲ ମିଡିଆ ରେ ବହୁତ ଆକ୍ଟିଭ ରୁହନ୍ତି ହେଲେ ୨ଏପ୍ରିଲ ପରଠାରୁ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ କିଛି ଅପଡେଟ ନଥିଲା।