ନିଜର ଫିଲ୍ମ ‘ଅଙ୍ଗରିଜି ମିଡ଼ିଅମ’ ର ଟ୍ରେଲର ରିଲିଜ ହେବା ପୂର୍ବରୁ ଇରଫାନ ହୃଦୟ କୁ ଛୁଉଁଥିବା ଏକ କଥା କହିଥିଲେ। ସେ କହିଥିଲେ,’ଆଜି ମୁଁ ଆପଣ ଙ୍କ ସହିତ ଅଛି ଆଉ ନାହଁ ମଧ୍ୟ….’ ଏହି କଥା ଏବେ ସତ ହୋଇ ସାରିଛି। ଇରଫାନ ଆଜି ସତରେ ଆମ ପାଖରେ ନାହାଁନ୍ତି। କ୍ୟାନ୍ସର ସହ ଲଢୁଥିଲେ ସେ । ସେ ମୁମ୍ବାଇର କୋକିଲେବେନ ଡାକ୍ତରଖାନା ରେ ଜୀବନର ର ଦୌଡ଼ ରେ ହାରିଯାଇଛନ୍ତି ହେଲେ ପ୍ରଶଂସକ ଙ୍କ ହୃଦୟରେ ସେ ଆଜି ବି ବଂଚିଛନ୍ତି। ସେ ଭୟସ ନୋଟ ଦ୍ଵାରା କହିଥିଲେ ଯେ ଏହି ଫିଲ୍ମ ତାଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଅଟେ। ସେତେବେଳେ ଏହି କଥା ଶୁଣି ତାଙ୍କର ପ୍ରଶଂସକ କାନ୍ଦି ପକାଇଥିଲେ ଏବଂ ଆଜି ପ୍ରାୟ କିଏ ନିଜ ଲୁହ ଅଟକାଇ ପାରୁଥିବ।
ବହୁତ ଖାସ ଥିଲା ‘ଅଙ୍ଗେର୍ଜି ମିଡ଼ିଅମ’ ଇରଫାନ ଭୟସ ନୋଟ ରେ କହିଥିଲେ ଯେ ‘ଅଙ୍ଗେର୍ଜି ମିଡ଼ିଅମ’ ତାଙ୍କ ପାଇଁ ବହୁତ ଖାସ ଅଟେ। ସେ ଯେମିତି ଭାବରେ ଏହାକୁ ଭଲ ପାଉଥିଲେ ସେହିପରି ଭାବରେ ପ୍ରୋତ୍ସାହିତ କରିବା ତାଙ୍କର ହୃଦୟ ର ଇଚ୍ଛା ଥିଲା।ସେ କହିଲେ କି ତାଙ୍କ ଭିତରେ କିଏ ଅଜଣା ଲୋକ ବସିଛନ୍ତି। ସେ ପଜିଟିଭିଟି ର ସମ୍ବାଦ ମଧ୍ୟ ଦେଇଥିଲେ ଦେଖନ୍ତୁ ସେ କଣ କହିଥିଲେ …..
ଲଣ୍ଡନ ରେ ଚାଲୁଥିଲା ଚିକିତ୍ସା:
ଇରଫାନ ଖାନ ଙ୍କୁ ୨୦୧୮ ମସିହାରେ ନ୍ୟୁରୋଏଣ୍ଡୋକ୍ରାଇନ ଟ୍ୟୁମର ବୋଲି ଜଣା ପଡିଥିଲା ସେ ଏହାର ତଥ୍ୟ ଦେଇ ପ୍ରଶଂସକ ମାନଙ୍କୁ ଝଟକା ଦେଇଥିଲେ।ଇରଫାନ ଏହି ରୋଗର ଚିକିତ୍ସା ଲଣ୍ଡନ ରେ କରୁଥିଲେ।
ପୂର୍ବ ସପ୍ତାହ ରୁ ଖରାପ ଥିଲା ସ୍ୱାସ୍ଥ୍ୟ:
ଭାରତ ଆସିବା ପରେ ମୁମ୍ବାଇ ର କୋକିଲାବନେ ଡାକ୍ତରଖାନାରେ ନିଜର ନିୟମିତ ଚେକ ଅପ କରାଉଥିଲେ।ପୂର୍ବ ସପ୍ତାହ ରେ ତାଙ୍କର ସ୍ୱାସ୍ଥ୍ୟ ଟିକେ ବିଗିଡି ବା ଯୋଗୁଁ ତାଙ୍କୁ ଡାକ୍ତରଖାନା କୁ ନିଆଯାଇଥିଲା ଯେଉଁଠି ତାଙ୍କର ମୃତ୍ୟୁ ହୋଇଛି।