ବଲିଉଡ ରେ ଶୋକର ଛାୟା,ଆଉ ନାହାନ୍ତି ଅଭିନେତା ଇରଫାନ ଖାନ | ମୁବାଇର ଏକ ଘରୋଇ ହସ୍ପିଟାଲରେ ଚାଲିଗଲେ ଆରପାରିକୁ…

କୋଲନ୍ ସଂକ୍ରମଣ ହୋଇଥିବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା | ପୂର୍ବ ବର୍ଷଠାରୁ ତାଙ୍କୁ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର ହେବା କାରଣରୁ ଚିକିତ୍ସିତ ଅବସ୍ଥାରେ ଥିଲେ |

ବଲିଉଡ ଅଭିନେତା ଇରଫାନ ଖାନ ଆଉ ଏ ଦୁନିଆରେ ନାହାନ୍ତି:

ଗତ ମଙ୍ଗଳବାର କୋଲନ୍ ସଂକ୍ରମଣ ହେତୁ ତାଙ୍କୁ ମୁବାଇର କୋକିଲାବେନ ଡାକ୍ତରଖାନାରେ ଭର୍ତି କରାଯାଇଥିଲା | ବୁଧବାର ଦିନ ମିଳିଥିବା ସୂଚନା ମୁତାବିକ ଆଜି ତାଙ୍କର ମୃତୁ ହୋଇ ଯାଇଛି | ସିନେମା ନିର୍ମାତା ସୁଜିତ ସରକାର ଟୁଇଟ କରି ତାଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଛନ୍ତି |

ଛାଡିଦିଆଯାଇଥିଲା କେମୋଥେରାପି:

ତାଙ୍କର ପାଖ ଲୋକମାନେ କହିଛନ୍ତି କି ଫିଲିମ ଇଂଗ୍ରେଜୀ ମିଡ଼ିଅମ ଶୁଟିଙ୍ଗ ସମୟରେ ଇରଫାନ ଖାନଙ୍କୁ ଏକ କେମୋଥେରାପି କରିବାର ଥିଲା | କିନ୍ତୁ ଶୁଟିଙ୍ଗ ରେ ବ୍ୟସ୍ତ ଯୋଗୁ ସେ ଥେରାପି କରିପାରିନଥିଲେ | ଏହା ସହିତ ସିନେମା ଶୁଟିଙ୍ଗ ସମୟରେ ବହୁତ ବାର ସେ ଯନ୍ତ୍ରଣା ଅନୁଭବ କରୁଥିଲେ | କିନ୍ତୁ ଅଧିକ ବେଶୀ ବ୍ୟସ୍ଥ ବା ଯନ୍ତ୍ରଣାରେ ଅଛନ୍ତି ବୋଲି ଜଣାପଡେ ନାହିଁ | ୨ମାସ ପୂର୍ବରୁ ମାନେ ହୋଲି ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା ଏବେ ୧୦ ଦିନ ପୂର୍ବରୁ ଯେତେବେଳେ ତାଙ୍କ ଯନ୍ତ୍ରଣା ବଢିଗଲା, ସେବେ ଯାଇ ତାଙ୍କୁ କୋଇଲାବେହେନ ହସ୍ପିଟାଲ ରେ ଆଡମିଟ କରାଇଦିଆଗଲା | ଏଥର ବି ନିଜ ରୋଗ ସହିତ ବହୁତ ସଂଘର୍ଷ କରୁଥିଲେ |

୨୦୧୮ ରୁ ଚାଲି ଆସୁଥିଲା ଚିକିତ୍ସା:

ଆପଣଙ୍କୁ କହି ରଖିବୁ କି ୨୦୧୮ ରୁ ଇରଫାନ ଖାନଙ୍କ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର ରଜଣାପଡିଥିଲା | ଏହି ସମୟରେ ତାଙ୍କ ଚିକିତ୍ସା ଚାଲୁଥିଲା, ଏହା ପରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଲା ପରେ ଭାରତକୁ ଫେରିଆସିଥିଲେ | ଏହା ପରେ ଇରଫାନ ଲଣ୍ଡନରୁ ଫେରି ମୁବାଇର କୋକିଲାବେହେନ ହସ୍ପିଟାଲର ଡାକ୍ତରଙ୍କ ଦ୍ୱରା ସ୍ୱାସ୍ଥ୍ୟ ର ଦେଖାଶୁଣା କରାଉଥିଲେ | କିଛି ମାସ ହେଲା ସେ ଏହି ହସ୍ପିଟାଲରେ ନିଜର ଚେକପ କରେଇ ଆସୁଥିଲେ |

Leave a Reply

Your email address will not be published. Required fields are marked *