ବଲିଉଡ ର ପ୍ରସିଦ୍ଧ ଅଭିନେତା ଇରଫାନ ଖାନ ଏବେ ଆଉ ଆମ ପାଖରେ ନାହାଁନ୍ତି।ନିଉରୋଏଣ୍ଡୋକ୍ରାଇନ ଟ୍ୟୁମର ରେ ଲଢ଼ୁଥିବା ଇରଫାନ ଙ୍କ ଦେହ ଖରାପ ହେବାରୁ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା।ଇରଫାନ ଖାନ ଙ୍କୁ ମୁମ୍ବାଇ ର କୋକିଲାବେନ ମେଡିକାଲର ଆଇସିଓ ରେ ଭର୍ତ୍ତି କରାଯାଇଥିଲା।କହି ରଖିବୁ କି ଇରଫାନଙ୍କୁ କୋଲନ ଇଂଫେକସନ ହୋଇଯାଇଥିଲା।ତାଙ୍କ ମୃତ୍ୟୁ ଖବର ବଲିଉଡ କୁ ଶୋକର ଛାୟା ଖେଳିଯାଇଛି ଏବଂ ପ୍ରଶଂସକ ମାନଙ୍କୁ ବି ବିଶ୍ୱାସ ହେଉନାହିଁ କି ସେ ଆଉ ଏ ଦୁନିଆରେ ନାହାଁନ୍ତି ବୋଲି।
ମୁମ୍ବାଇ ର କୋକିଲାବେନ ରେ ହୋଇଥିଲା ମୃତ୍ୟୁ।
ଇରଫାନ ଙ୍କ ମୃତ୍ୟୁ ପରେ ଫିଲ୍ମ ନିର୍ମାତା ସୁଜିତ ସରକାର ନିଜ ଟ୍ଵିଟର ଆକାଉଣ୍ଟ ରେ ଶୋକ ପ୍ରକାଶ କରିଛନ୍ତି।ସେ ଲେଖିଛନ୍ତି ମୋର ପ୍ରିୟ ମିତ୍ର ତୁମେ ଲଢ଼ିଲ,ଲଢ଼ିଲ,ଲଢ଼ିଲ ମତେ ତୁମ ଉପରେ ଗର୍ବ ଆସୁଛି ଆମେ ପୁଣି ମିଳିବା।ଶାନ୍ତି ଓଁ ଶାନ୍ତି।ଇରଫାନ ତୁମକୁ ସଲାମ।କହି ରଖିବୁ କି କିଛି ଦିନ ତଳେ ଇରଫାନ ଙ୍କ ମା ଙ୍କର ମୃତ୍ୟୁ ହୋଇଥିଲା।ଏହି ଅଭିନେତା ଙ୍କର ମା ସାଇଦା ବେଗମ ଶନିବାର ଜୟପୁର ରେ ଅନ୍ତିମ ନିଶ୍ୱାସ ନେଇଥିଲେ।ଲକଡାଉନ ପାଇଁ ଇରଫାନ ମା ଙ୍କ ଅନ୍ତିମ ସଂସ୍କାର ରେ ବି ଯାଇପାରିନଥିଲେ।
କହି ରଖିବୁ କି ଇରଫାନ ଙ୍କୁ ପେଟ ର ସଂକ୍ରମଣ ପାଇଁ ସହର ବାହାର କୋକିଲାବେନ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା।ତାଙ୍କ ଆସିଷ୍ଟାଣ୍ଡ କହିଥିଲେ କି ମଙ୍ଗଳବାର କୁ ତାଙ୍କୁ ୫୩ ବର୍ଷ ରେ କୋକିଲାବେନ ଧିରୁ ଭାଇ ଅମ୍ବାନୀ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା।ଏହା ପୂର୍ବରୁ ତାଙ୍କୁ ୨୦୧୮ ରେ କ୍ୟାନ୍ସର ହୋଇଥିଲା ଯାହାର ଚିକିତ୍ସା ହୋଇଥିଲା।
ବହୁତ ଭଲ ଲୋକ ଥିଲେ ଇରଫାନ
କହି ରଖିବୁ କି ଇରଫାନ ଶେଷ ଥର ଅଂଗ୍ରେଜୀ ମିଡ଼ିଅମ ଫିଲ୍ମ ରେ ଦେଖୁବାକୁ ମିଳିଥିଲେ।ଏହି ଫିଲ୍ମ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା ଏହି ଫିଲ୍ମ ଟ୍ରେଲର ପୂର୍ବରୁ ଇରଫାନ କହିଥିଲେ ଯେବେ ଜୀବନ ଲେମ୍ବୁ ଦେଉଛି ତାର ସର୍ବତ କରିବା ଉଚିତ,କିନ୍ତୁ ଯେବେ ଜୀବନ ଲେମ୍ବୁ ଦିଏ ତ ସର୍ବତ କରିବା ସହଜ ହୋଇନାହାନ୍ତି।
ଇରଫାନ ଜଣେ ଭଲ ଲୋକ ଥିଲେ ଏବଂ ସବୁ ଅସୁବିଧା ରେ ଲଢ଼ିବା ସେ ଜାଣିଛନ୍ତି।ଏହି ବର୍ଷ ମାର୍ଚ୍ଚ ରେ ଏକ ଇଣ୍ଟରଭିଉ ରେ କହିଥିଲେ ସେ କ୍ୟାନ୍ସର ରେ ଲଢ଼ିଛନ୍ତି।ସେ କହିଥିଲେ ଇଏ ଆମ ପାଇଁ ରୋଲର କୋଷ୍ଟର ସାଇଡ ଭଳିଆ।ଆମେ ଅଳ୍ପ କାନ୍ଦିବା ଓ ଅଧିକ ହସିବା।ସେ କହିଛନ୍ତି ଏହି ସମୟରେ ସେ ବହୁତ ଖରାପ ପରିସ୍ଥିତି ରେ ବିତାଇଛନ୍ତି ଏବଂ ମୁଁ ବହୁତ କଣ୍ଟ୍ରୋଲ କରିଛି।ସେ କହିଛନ୍ତି ଏପରି ଲାଗୁଥିଲା ଯେପରି ନିଜ ସହ ହାପସଟ ଖେଳୁଛନ୍ତି।

ଇରଫାନ କହିଛନ୍ତି ଏ ସମୟ କୁ ମୁଁ ନିଜ ଇଚ୍ଛାରେ ବିତାଇଛି।ଏହାଠୁ ଭଲ ହେଉଛି ମୁଁ ଏ ସମୟ ନିଜ ପୁଅ ସହ ବିତାଇଛି ଏବଂ ତାକୁ ବଡ ହେବାର ଦେଖିଛି।ଛୋଟ ବେଳେ ଏକ ଭଲ ସମୟ ହୋଇଥାଏ।ସେ ସମୟରେ ସେ ମୋର ବହୁତ ସାହାଯ୍ୟ କରିଛି।ସେ କହିଛନ୍ତି ମୁଁ ଆଜି ପର୍ଯ୍ୟନ୍ତ ଅଛି ସେ ଏହାର କାରଣ।ଯଦି ମତେ ବଞ୍ଚିବାକୁ ମିଳିବ ତ ମୁଁ ତା ପାଇଁ ବଞ୍ଚିବି।ଆଜି ହୁଏତ ସେ ଆଉ ନାହାନ୍ତି କିନ୍ତୁ ସେ ଜୀବନ ବଂଚିବା ଶିଖେଇ ଦେଇଗଲେ।
ବନ୍ଧୁଗଣ ଯଦି ଆପଣଙ୍କୁ ଇରଫାନ ଖାନ ଭଲ ଲାଗନ୍ତି ତାଙ୍କ ପାଇଁ ଗୋଟିଏ ଲାଇକ ନିଶ୍ଚିନ୍ତ କରିବାକୁ ଅନୁରୋଧ ଓ ଶେୟାର କରି ସାଙ୍ଗ ସାଥୀଙ୍କୁ ଜଣେଇବେ , ଧନ୍ୟବାଦ |