ଜୟ ଜଗନ୍ନାଥ ବନ୍ଧୁଗଣ ଆପଣାକୁ ଆମର ଏହି ନିଉଜ ପୋର୍ଟାଲ କୁ ସ୍ୱାଗତ | ଲକ ଡାଉନ କାରଣରୁ ସମୟ କାଟିବା ପାଇଁ ସାଙ୍ଗ ଏବଂ ପଡୋଶୀ ସହିତ ତାସ ଖେଳିବା ଚକରରେ, ୨୪ ଜଣ ଲୋକ ଏବେ କରୋନା ଭାଇରସରେ କବଳିତ ହୋଇଗଲେ |
ଲକଡାଉନର ସମୟସୀମା ଯେତେ ବୃଦ୍ଧି ପାଉଛି, ଲୋକମାନେ ବି ସେତିକି ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହି କାରଣରୁ ଲୋକମାନେ ନିଜର ସମୟ ଅତିବାହିତ କରିବାପାଇଁ କୌଣସି ନ କୌଣସି ଉପାୟ ଅବଲମ୍ବନ କରିନେଉଛନ୍ତି | କିନ୍ତୁ କିଛି ଲୋକଙ୍କୁ ଟାଇମ ପାସ କରିବା ବହୁତ ମାହାଙ୍ଗା ପଡିଗଲା |
ଏମିତି ହେଲାକି ତାସ ଖେଳିବା ଚକର ରେ ୨୪ ଜଣ ଲୋକ କାରଣ ଭାଇରସ କବଳରେ ପଡିଗଲେ | ଏହି ସୂଚନାକୁ କୃଷ୍ଣ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ ଏ ମହମ୍ମଦ ଇମତିଆଜ ଶନିବାର ପ୍ରଦାନ କରିଛନ୍ତି। ସେ କହିଛନ୍ତି କି ବିଜୟାୱଡା ର ଏକ ଜାଗାରେ ଟ୍ରକ ଡ୍ରାଇଭର ମାନେ ସମୟ ବିତେଇବା ପାଇଁ ସମସ୍ତେ ମିଶିକି ତାଶ ଖେଳିବା ଦ୍ୱାରା ସମସ୍ତେ କରୋନା ପାସିଟିଭ ହୋଇଛନ୍ତି |

ଇମତିଆଜ କହିଛନ୍ତି କି, ଏହି କିଛି ଦିନ ମଧ୍ୟରେ ୨ଟି ଯାକ ଘଟଣାରୁ ପ୍ରାୟତଃ ୪ଅ ଜଣ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି | ସେ ଏହା ମଧ୍ୟ୍ୟ କହିଛନ୍ତି କି କୃଷ୍ଣ ଲଙ୍କା ଅଞ୍ଚଳରେ ସମୟ କଟେଇବା ପାଇଁ କିଛି ଟ୍ରକ ଡ୍ରାଇଭର ସମେତ କିଛି ପଡୋଶୀ ମିଶିକି ତାଶ ଖେଳିଥିଲେ | ଏହି ସମୟରେ ସାମାଜିକ ଦୂରତା ବଜାୟ ନ ରଖିବାରୁ ୨୪ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଯାଇଛନ୍ତି |
ଏହି ଭଳି ଆଉ ଏକ ଘଟଣା କର୍ମିକା ନାଗରରେ ହୋଇଅଛି | ଯେଉଁଠି ଟ୍ରକ ଡ୍ରାଇଭର ସାମାଜିକ ଦୂରତା ନିୟମକୁ ଉଲଙ୍ଘନ କରିବା ଦ୍ୱରା ୧୫ ଜଣ ଲୋକ କରୋନା ଭାଇରସ ଦ୍ୱରା ସଂକ୍ରମଣ ହୋଇଯାଇଛନ୍ତି | ଭିଡିଓ ବାର୍ତ୍ତାରେ ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି କି ସାମାଜିକ ଦୂରତା ପାଳନ ନ କରିବା କାରଣରୁ ସଂକ୍ରମଣ ବୃଦ୍ଧି ପାଉଛି | ଆପଣ ମାନକୁ ଏଠାରେ କହିରଖିବୁ କି ବିଜୟୱାଡା ରେ ଏପର୍ଯ୍ୟନ୍ତ ୧୦୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି |
ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲ ଲାଗିଥାଏ ଗୋଟେ ଲାଇକ କରିବେ ଏବଂ ସଚେତନ ପାଇଁ ଗୋଟିଏ ଶେୟାର ନିଶ୍ଚିନ୍ତ କରିବେ, ଧନ୍ୟବାଦ |