ସିରିଏଲ ‘ରାମାୟଣ’ ର ରାମ ଅରୁଣ ଗୋଭିଲ ଙ୍କର ଦୁଃଖ,କହିଲେ ମତେ କେବେ କେଉଁ ସରକାର ସମ୍ମାନିତ କରିନାହାନ୍ତି।

ମୁମ୍ବାଇ- ଟିଭି ରେ ରାମ ଚରିତ୍ର ରେ ଅତି ପରିଚିତ ହୋଇଥିବା ଅରୁଣ ଗୋଭିଲ ଟ୍ୱିଟର ରେ ନିଜ ଦୁଃଖ ପ୍ରକାଶ କରିଛନ୍ତି।ଶନିବାର ଦିନ ସେ ତାଙ୍କ ଟ୍ୱିଟର ରେ କହିଛନ୍ତି କି ‘ରାମାୟଣ’ ଭଳି ଲୋକପ୍ରିୟ ଧାରାବାହିକ କରିବା ପରେ ବି ତାଙ୍କୁ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ତରଫରୁ କୌଣସି ସମ୍ମାନିତ କରାଯାଇନାହିଁ।ଗୋଭିଲ ଲେଖିଛନ୍ତି କେନ୍ଦ୍ର ବା ରାଜ୍ୟ ସରକାର ତାଙ୍କୁ କୌଣସି ସମ୍ମାନିତ କରିନାହାଁନ୍ତି।ମୁଁ ଉତ୍ତରପ୍ରଦେଶ ର ଅଟେ ସେଠାକାର ସରକାର ବି ମତେ କୌଣସିସମ୍ମାନିତ କରିନାହାଁନ୍ତି ଏବଂ ମୁଁ ୫୦ ବର୍ଷ ହେଲା ମୁମ୍ବାଇ ରେ ରହିଲେଣି ମହାରାଷ୍ଟ୍ର ସରକାର ବି କୌଣସି ସମ୍ମାନିତ କରିନାହାଁନ୍ତି।

୬୨ ବର୍ଷ ର ଅରୁଣ ଏହି କଥା ଟ୍ୱିଟର ରେ ଫିଲ୍ମ ଫେୟାର ପାଇଁ ରଘୁବିନ୍ଦ୍ର ସିଂହ ଙ୍କ କଥାବାର୍ତ୍ତା ରେ କହିଛନ୍ତି।ଅରୁଣ ସମ୍ମାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଉପରେ ଦୁଃଖ ପ୍ରକାଶ କରିଛନ୍ତି କିନ୍ତୁ ତାଙ୍କ ପ୍ରଶଂସକ ଏହା ପ୍ରକାଶ କରୁଛନ୍ତି କି ରାମ ରୂପରେ ତାଙ୍କୁ ଯେଉଁ ସମ୍ମାନ ଦେଇଛନ୍ତି ସେ ସବୁ ସମ୍ମାନ ଠୁ ବଡ।ଏକ ପ୍ରଶଂସକ ଲେଖିଛନ୍ତି ଅରୁଣ ଜି ଆପଣ ଏକ ସମ୍ମନିୟ ବ୍ୟକ୍ତି ଅଟନ୍ତି ଆମ ପାଇଁ।ଆପଣଙ୍କୁ କୌଣସି ସମ୍ମାନ ମିଳୁ କି ନାହିଁ ଭାରତ ରେ ପ୍ରତି ଘର ରେ ଆପଣଙ୍କୁ ଦେଖୁଛନ୍ତି ଓ ପୂଜା କରୁଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି କୋଟି କୋଟି ଲୋକ ଆପଣ ଙ୍କ ଭିତରେ ରାମ ଙ୍କୁ ଦେଖୁଛନ୍ତି।ଏହି ପରି ସମ୍ମାନ କାହାକୁ ଆଉ ମିଳିପାରେ,ମୋ ପୁଅ ଆପଣଙ୍କୁ ହିଁ ରାମ ଭାବେ।

ରାମ ଚରିତ୍ର ପାଇଁ ପ୍ରସ୍ତୁତି

ଏହି କଥାବାର୍ତ୍ତା ରେ ଅରୁଣ ଙ୍କୁ ପଚରା ଗଲା କି ରାମ ଚରିତ୍ର ପାଇଁ ତାଙ୍କ ତା ପ୍ରସ୍ତୁତି କିପରି ଥିଲା।ସେ କହିଛନ୍ତି ମୁଁ କୌଣସି ଫିଲ୍ମ ଦେଖିନଥିଲି କେବଳ ନିଜ ଘରେ ଥିବା ରାମ ଙ୍କ ଫୋଟୋ ଦେଖିଥିଲି।ତାଙ୍କ ଅନେକ ଗୁଣ ର କଳ୍ପନା କରିଥିଲି।ରାମାୟଣ ପୂର୍ବରୁ ଆମେ ଫୋଟୋ ଉଠାଇଥିଲୁ କି ରାମ ରୂପରେ କିପରି ଦିଶୁଛୁ।

‘ରାମାୟଣ ‘ କରିବାପରେ ଅସୁବିଧା

ଅରୁଣ ଙ୍କୁ ପଚରାଗଲା କି ରାମାୟଣ ପରେ ଲୋକ ତାଙ୍କୁ ରାମ ମାନୁଥିଲେ ଯାହା ଫଳରେ ତାଙ୍କୁ କୌଣସି ଅଶୁବିଧା ର ସମ୍ମୁଖୀନ ହେବାକୁ ପଡିଥିଲା କି।ସେ କହିଥିଲେ ରାମାୟଣ ପରେ ତାଙ୍କୁ ଅନେକ ଫିଲ୍ମ ମିଳିବା ବନ୍ଦ ହୋଇଯାଇଥିଲା।ପ୍ରତି କାମରେ ଭଲ ଓ ଖରାପ ଥାଏ। ଏହା ବି କହିଛନ୍ତି ରାମାୟଣ ମତେ ଯାହା ଦେଇଛି କୌଣସି ଫିଲ୍ମ ଦେଇପାରି ନଥାନ୍ତା।ଭଗବାନ ରାମ ନିଜ ନାମ କୁ ମୋ ସହ ଯୋଡିଛନ୍ତି।ଆଉ କଣ ଦେବେ ଭଗବାନ ଏହା ବହୁତ ଅଟେ ମୋ ପାଇଁ।

ରାମାନନ୍ଦ ସାଗର ଙ୍କ ‘ରାମାୟଣ’ ସର୍ବ ପ୍ରଥମେ ୧୯୮୭-୮୮ରେ ପ୍ରସାରଣ ହୋଇଥିଲା।ସେ ସମୟରେ ଏହି ସିରିୟଲ ର ଲୋକପ୍ରିୟତା ଏତେ ଥିଲା କି ଲୋକ ଅରୁଣ ଙ୍କୁ ଓ ଦୀପିକା ଚିଖାଲୀୟ ଙ୍କୁ ସତ ରାମ ସୀତା ରୂପରେ ପୂଜା କରିବା ଆରମ୍ଭ କରିଥିଲେ।ଲକଡାଉନ ପାଇଁ ଏବେ ପୁଣି ସେ ରାମାୟଣ ର ପୂର୍ଣ ପ୍ରସାରଣ କରାଗଲା ତା ପୁଣି ରେକର୍ଡ ଭଙ୍ଗା ଦର୍ଶକ ମିଳିଲେ। ଏହି ସିରିୟଲ ୫ ବର୍ଷ ରେ ସବୁଠୁ ବେସି ଦେଖିବା ସିରିୟଲ ହୋଇଗଲା ଏବଂ ଦୂରଦର୍ଶନ ପୁଣି ଏକ ନମ୍ବର ଚ୍ୟାନେଲ ହୋଇଗଲା।

Leave a Reply

Your email address will not be published. Required fields are marked *