ସରକାରୀ କର୍ମଚାରିଙ୍କ DA କାଟିବାକୁ ବିରୋଧ ଆରମ୍ଭ, ସୁପ୍ରିମ କୋର୍ଟ ରେ ଆବେଦନ…

ସୁପ୍ରିମ କୋର୍ଟ ରେ ଦାବି କରାଯାଇଛି କି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଯଥା ଶୀଘ୍ର କର୍ମଚାରି ମାନଙ୍କର ଡ଼ିଏ ଦେବା ପାଇଁ ଆଦେଶ ଦେଇଆଯାଉ |

କରୋନା ଭାଇରସ ଓ ଲକ ଡାଉନ ପରେ ଦେଶରେ ଯେଉଁ ଅବସ୍ଥା ବର୍ତ୍ତମାନ ଉପୁଜିଛି ଏହାକୁ ନଜର ରେ ରଖି କେନ୍ଦ୍ର ସରକାର ଏବଂ କେତେକ ରାଜ୍ୟ ସରକାର, ସରକାରୀ କର୍ମଚାରୀୟଙ୍କ ମାହାଙ୍ଗା ଭତା ଯଥା ଡ଼ିଏ କାଟିବାକୁ ଘୋଷଣା କରିଥିଲେ | ଏବେ ଏହି ନିଷ୍ପତିର ବିରୋଧ ଆରମ୍ଭ ହୋଇଯାଇଛି, କଂଗ୍ରେସ ସରକାର ଏହାକୁ ଦୃଢ ବିରୋଧ କରୁଛି ଏବଂ ଏହା ଅନାବଶ୍ୟକ ବୋଲି ଘୋଷଣା କରିଛି |

google

ଅବସର ପ୍ରାପ୍ତ ମେଜର ଓଁକାର ସିଂ ଗୁଲେରିୟା ଏହି ରାୟ ବିରୋଧରେ ସୁପ୍ରିମ କୋଟି ରେ ଆବେଦନ କରିଥିଲେ | ଆବେଦନରେ ଏହା ଦାବି କରାଯାଇଥିଲା କି କେନ୍ଦ୍ର ଏବଂ ରାଜ୍ୟ ସରକାର ବର୍ତ୍ତମାନ କର୍ମଚାରୀଙ୍କ ଡ଼ିଏ ପ୍ରଦାନ କରିବାକୁ ଆଦେଶ ଦିଆଯାଉ | ଏହା ସହିତ କେନ୍ଦ୍ର ସରକାର ବିଭିର୍ନ ବ୍ୟବସାୟିକ କ୍ଷେତ୍ରକୁ ଆର୍ଥିକ ସହାୟତା ଯୋଗେଇ ନଦେବାକୁ କେନ୍ଦ୍ର ସରକାରଙ୍କୁ ରୋକ ଲଗାଯାଉ |

ଏଇମେଲ ମାଧ୍ୟମରେ ୨୪ ଏପ୍ରିଲ ରେ ସୁପ୍ରିମ କୋଟି କୁ ଆବେଦନ ପଠାଯାଇଛି | ଏଥିରେ କୁହାଯାଇଛି କି କେନ୍ଦ୍ର ସରକାରଙ୍କୁ ପ୍ରଧାନ ମନ୍ତ୍ରୀଙ୍କ କହିବା ମୁତାବିକ କାମ କରିବା ଉଚିତ | ବରିଷ୍ଠ ନାଗରିକଙ୍କ ଧ୍ୟାନ ରଖନ୍ତୁ ଏବଂ ଦରମା କାଟନ୍ତୁ ନାହିଁ |

ଅବସର ପ୍ରାପ୍ତ ମେଜର ତାଙ୍କ ପିଟିସନ ରେ ଦର୍ଶାଇଛନ୍ତି ଯେ ସେ କର୍କଟ ରୋଗରେ ପୀଡିତ ଓ ଜଣେ ଭିନ୍ନକ୍ଷମ ଅଟନ୍ତି | ବରିଷ୍ଠ ନାଗରିକ ହେବା ସହିତ ତାଙ୍କୁ ରକ୍ତ ଚାପି ସମେତ ଆହୁରି ଅନନ୍ୟ ରୋଗ ଅଛି | ତାଙ୍କ ସ୍ତ୍ରୀ ମଧ୍ୟ ରୋଗୀଣା ଅଟନ୍ତି, ତାଙ୍କର ନିଜର ଘର ନାହିଁ, ଚାଲିବ ପାଇଁ କେବଳ ଭତା ଉପରେ ନିର୍ଭର କରନ୍ତି | ତାଙ୍କ ଭଳି ଲକ୍ଷ ଲକ୍ଷ ଅବସର ପ୍ରାପ୍ତ ଲୋକ ସରକାରଙ୍କ ଏହି ଡ଼ିଏ କାଟ ନିଷ୍ପତିରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

କଣ ଅଟେ କେନ୍ଦ୍ର ସରକାରଙ୍କ ନିଷ୍ପତି:

PM Modi on coronavirus Highlights: Congress, BJP leaders support ...

ସରକାରଙ୍କୁ ଏପ୍ରିଲ ମାସର ପ୍ରଥମ ସପ୍ତାହରୁ ମାସିକିଆ ଭତା ଦେବାର ଥାଏ ଯାହା ସରକାର ଦେଇନଥିଲେ ଏବଂ ୨୦ ଏପ୍ରିଲ କୁ ଡ଼ିଏ କାଟ ର ଘୋଷଣା କରିଦେଲେ | ମାହାଙ୍ଗା ଭତା ଏକ ପ୍ରକାର ର ବେତନର ଅଂଶ ଅଟେ, ଭତା ରେ ଏହାକୁ ଯୋଡାଯାଇଥାଏ କିନ୍ତୁ ୨୦ ଏପ୍ରିଲ କୁ ମନମୁଖୀ ତଥା ବେଆଇନ ଭାବରେ ନିର୍ଦେଶ ଜାରି କରି ଏହାକୁ ରୋକ ଲଗାଇ ବନ୍ଦ କରିଦିଆଗଲା |

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ କାମେଣ୍ଟରେ ନିଶ୍ଚିନ୍ତ ଦେବେ ଓ ଲାଇକ କରିବେ ଏବଂ ଶେୟର କରିବାକୁ ଭୁଲିବେ ନାହିଁ |

Leave a Reply

Your email address will not be published. Required fields are marked *