ମହାରାଷ୍ଟ୍ର ର ୧୪ ବର୍ଷ ର ହର୍ଷ ଚୌଦୁରି ହାତରେ ପିନ୍ଧିବା ବାଲା ଖାସ ବ୍ୟାଣ୍ଡ ତିଆରି କରିଛନ୍ତି।ଯିଏ କି ହାତକୁ ଚେହେରା ଛୁଇଁବାକୁ ଅଟକେଇବ।ହର୍ଷ ର ଦାବି କି ଏହା କରୋନା କୁ ନଷ୍ଟ କରି ଏହାକୁ ବଢିବାକୁ ଦେବନି।ତା ସହିତ ଅନ୍ୟ ମାନଙ୍କ ସହିତ ହାତ ମିଶେଇବାକୁ ଦେବନି।ଏହାର ଟେଷ୍ଟ ପାଇଁ ହର୍ଷ ଭାରତୀୟ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ ଓ ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ପ୍ରସ୍ତାବ ଦେଇଛନ୍ତି।
୧୦ ଶ୍ରେଣୀ ର ଛାତ୍ର ଅଟନ୍ତି ହର୍ଷ
ମହାରାଷ୍ଟ୍ର ର ବିରାର ରେ ରହିବ ଵାଲା ହର୍ଷ ୧୦ ଶ୍ରେଣୀ ର ଛାତ୍ର ଅଟନ୍ତି।ବାପା କୁଞ୍ଜନ ଚୌଦୁରି ଅଟୋମୋବାଇଲ କ୍ଷେତ୍ର ରେ ଅଛନ୍ତି ଏବଂ ମା ଭଦ୍ର ଚୌଦୁରି ଶିକ୍ଷୟତ୍ରୀ ଅଟନ୍ତି।ହର୍ଷ କହିବା ଅନୁସାରେ ଏହି ବ୍ୟାଣ୍ଡ କୁ ପିନ୍ଧିବା ପରେ ହଇଡ୍ରୋକସାଇଡ଼ ଆଇଓନାଇଜେସନ କରୋନା କୁ ନଷ୍ଟ କରିଦେବ ଏବଂ ତା ସହିତ ଚେହେରା କୁ ଛୁଇଁବାକୁ ଅଟକାଇବ।
ଏହି କାମ କରେ ବ୍ୟାଣ୍ଡ
ହର୍ଷ କହିବା ଅନୁସାରେ ବ୍ୟାଣ୍ଡ ରେ Electro magnatic solution ରଖା ଯାଇଛି।ଏହା ପୁରା ପୁରୀ ବ୍ୟାଟେରୀ ପୃଫ ଅଟେ।ଗାଧୋଇବା ବା ହାତ ଧୋଇବା ସମୟରେ ବି ଏହାକୁ କାଢ଼ିବା ଆବଶ୍ୟକ ନାହିଁ।ଏହାଠାରେ ଏକ ସାଉଣ୍ଡ ଲାଗିଛି।ଯେବେ କେହି ଆପଣଙ୍କ ସହ ହାତ ମିସେଇବ କି ଆପଣଙ୍କ ଚେହେରା ଛୁଇଁବା ଏହା ବାଜିବ।ଚାହିଁଲେ ଏହାର ସାଉଣ୍ଡ କୁ ବାଇବ୍ରେସନ କରିହେବ।
ଅଳିଆ ରୁ ତିଆରି ହୋଇଛି ଏହି ବ୍ୟାଣ୍ଡ
ହର୍ଷ ଏହା କୁ ଘରେ ଥିବା ପୁରୁଣା ଜିନିଷ ଓ ଅଳିଆ ରୁ ତିଆରି କରିଛି।ସାଉଣ୍ଡ,ବ୍ୟାଟେରୀ,ଆଲୁମିନିୟମ ର ଚଦର,ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଘର ର ଜିନିଷରୁ ଏହାକୁ ତିଆରି କରିଛନ୍ତି।ହର୍ଷ ର କହିବା କଥା କି ଲକଡାଉନ ପାଇଁ କୌଣସି ଜିନିଷ କିଣିବା ସମ୍ଭବ ନଥିଲା ତେଣୁ ଘରେ ଥୁବା ଜିନିଷରେ ଏହାକୁ ତିଆରି କରିବାକୁ ପଡିଲା।
ଏକ ବ୍ୟାଣ୍ଡ ପାଇଁ ଲାଗୁଛି ୯୦ ଟଙ୍କା
ହର୍ଷ ର କହିବା କଥା କି ଏହାକୁ କରିବାକୁ ୯୦ ଟଙ୍କା ଲାଗୁଛି କିନ୍ତୁ ବଡ ସ୍ଥାନ ରେ କଲେ ଲାଗିବ ୪୦ ଟଙ୍କା ଗୋଟାକୁ।ଏହାକୁ ଜଲଦି ରେଜିଷ୍ଟ୍ରେସନ କରିବେ ବୋଲି କହିଛନ୍ତି।ବଡ ସ୍ତର ରେ ନିର୍ମାଣ ହେଲେ ଏହା ସବୁ ଲୋକଙ୍କ ପାଖରେ ପହଂଚିବ।ଏହାପାଇଁ ଲୋକଙ୍କ ଠାରୁ ତାଙ୍କୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି ବୋଲି କହିଛନ୍ତି।
ବେଟିଙ୍ଗଲେଟେଡ଼ ମାସ୍କ ବି ତିଆରି କରିଛନ୍ତି
ହର୍ଷ ବେଟିଙ୍ଗଲେଟେଡ଼ ମାସ୍କ ବି ତିଆରି କରିଛନ୍ତି।ଏହା ମାସ୍କ ରେ ଏକ ପଙ୍ଖା ଲାଗିଛି ଯାହା ଲୋକଙ୍କୁ ଥଣ୍ଡା ପହଞ୍ଚାଇବ।ହର୍ଷ କହିଛନ୍ତି ପୋଲିସ ଓ ସ୍ୱାସ୍ଥ୍ୟ କର୍ମଚାରୀ ମାସ୍କ ପିନ୍ଧିବା ଦ୍ୱାର ସେମାନଙ୍କ କାର୍ବନଡାଇଅକ୍ସସାଇଡ଼ ପୁନର୍ବାର ଶରୀରକୁ ଯାଉଛି କିନ୍ତୁ ଏହି ବେଟିଙ୍ଗଲେଟେଡ଼ ମାସ୍କ ପବନକୁ ସନ୍ତୁଳିତ କରିବ ଏବଂ ଥଣ୍ଡା ପହଞ୍ଚାଇବ।