ଆସିଲା ବଡ ଖବର ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନଙ୍କର ପରଲୋକ !!!

ଉତ୍ତର କୋରିୟର ଏକ ଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଲାଗି ରହିଛି | ଦୀର୍ଘ ୧୫ ଦିନ ହେଲା କିମ ଜୋଙ୍ଗ ଉନଙ୍କ କୌଣସି ଖୋଜ ଖବର ଉତ୍ତର କୋରିଆ ଦେଉନାହିଁ | ଏହା ଭିତରେ ଏବେ ବିଭିର୍ନ ଗଣମାଧ୍ୟମ ଓ ସାମ୍ବାଦିକ ମାନେ ଦାବି କରୁଛନ୍ତି କି କିମ ଜୋଙ୍ଗ ଉନ ଆଉ ଇହ ଧାମରେ ନାହାନ୍ତି | ଏହା ଭିତରେ ସମ୍ଭାବନା ସୃଷ୍ଟି ହେଉଛି କି ଯଦି କିମ ଜୋଙ୍ଗ ଉନଙ୍କର ମୃତୁ ହୋଇଥାଏ ତେବେ ଷୋମବାର ସୁଦ୍ଧା ଏହା ଘୋଷଣା ହୋଇଯିବ | ଏହା ପୂର୍ବରୁ କିମ ଜୋଙ୍ଗ ଉନଙ୍କ ବାପାଙ୍କ ମୃତୁକୁ ମଧ୍ୟ ୪୮ ଘଣ୍ଟା ପରେ ଉତ୍ତର କୋରିଆ ଘୋଷଣା ଜାରି କରିଥିବାର ନଜର ରହିଅଛି |

ଆସନ୍ତା କାଲି ଘୋଷଣା କରାଯାଇ ପାରେ

ହଂକଂ ଟିଭି ଚ୍ୟାନେଲ HKSTV ର ଉପାଧ୍ୟକ୍ଷଅ କିଙ୍ଗ ପେଙ୍ଗ ଦାବି କରିଛନ୍ତି କି କିମ ଜୋଙ୍ଗ ଉନଙ୍କ ର ମୃତୁ ହୋଇ ସାରିଛି | ଅନ୍ୟ ପକ୍ଷରେ ଜାପାନ ର ଆଉ ଏକ ଗଣମାଧ୍ୟମ(ସୁକାନ ଗେଣ୍ଡାଇ) ସୂଚନା ଦେଉଛିକି କିମ ଜୋଙ୍ଗ ଉନଙ୍କ ହାର୍ଟ ସର୍ଜରୀ ହେବା ପରେ ତାଙ୍କ ମତିଷ୍କ ମୃତ ହୋଇଯାଇଥିଲା | ତେଣୁ ଯଦି କିମ ଜୋଙ୍ଗ ଉନଙ୍କୁ ହାତ କରାଯାଏ ତେବେ ତାଙ୍କ ପିତାଙ୍କ ଭଳି ମୃତୁର ୪୮ ପରେ ଘୋଷଣା ଜାରି କରିପାରନ୍ତି |

 

social media

୨୦୧୧ ରେ କିମ ଜୋଙ୍ଗ ଉନଙ୍କ ପିତା କିମ ଜୋଙ୍ଗ ଇଲଙ୍କର ୧୭ ଡିସେମ୍ବର ରେ ମୃତୁ ହୋଇଥିଲା କିନ୍ତୁ ୧୯ ଡିସେମ୍ବର କୁ ଟିଭି ଉପସ୍ଥାପିକା ରୀ ଚୂନ ହେ ତାଙ୍କର ମୃତୁ ଘୋଷଣା ଜାରି କରିଥିଲେ | ଏବେ ବି ଉତ୍ତର କୋରିଆ ଲୋକ ଏହି କଥା ପ୍ରତି ଧ୍ୟାନ ଦେବେ କି ଯଦି ଟିଭି ଉପସ୍ଥାପିକା କଲା ବସ୍ତ୍ର ଧାରଣ କରି ସକାଳର ଖବର ପଢିବେ ତେବେ ନିଶ୍ଚିନ୍ତ କୌଣସି ଅଶୁଭ ସଂକେତ ବୋଲି ସେମାନେ ମାନିନେବେ | କିମ ଜୋଙ୍ଗ ଇଲଙ୍କ ମୃତୁର ୯ ଦିନ ପରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା ଯଦି କିମ ଜୋଙ୍ଗ ଉନଙ୍କ ମୃତୁ ହୋଇଥାଏ ତେବେ ୫ ମୟୀ କୁ କିମ ଜୋଙ୍ଗ ଉନଙ୍କ ଅନ୍ତିମ ସଂସ୍କାର କରାଯିବ |

social media

ଖାସ କଥା ଏହା କି ଯେତେ ବେଳେ ଚୁଙ୍ଗ ହେ କିମ, କିମ ଜୋଙ୍ଗ ଉନଙ୍କ ମୃତୁ ଘୋଷଣା କରିଥିଲେ ସେହି ସମୟରେ ସେ କହିଦେଇଥିଲେ କି କିମ ଜୋଙ୍ଗ ଉନ ପରବର୍ତ୍ତି ନେତା ହେବେ | ତେଣୁ ବିଶ୍ଵ କୁ ହୁଏତ ଏଥର ଉତ୍ତର କୋରିଆର ପରବର୍ତ୍ତି ନେତା କିଏ ହେବେ ଅଧିକ ଅପେକ୍ଷା କରିବାକୁ ନ ପଡିପାରେ | ଏହା ଭିତରେ କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟଙ୍ଗ ଯାଙ୍ଗ ଉତ୍ତର କୋରିଆର ଶାସନ ଗାଡି ସମ୍ଭାଳି ପାରନ୍ତି |

Leave a Reply

Your email address will not be published. Required fields are marked *