ନୂଆଦିଲ୍ଲୀ-ପୁରା ଦେଶ ଏହି ସମୟରେ କରୋନା ଭାଇରସ ର ପୀଡା ସହନ କରୁଛି।ଏହି ମହାମାରୀ ରୁ ବଂଚିବା ପାଇଁ ଆଉ ତାକୁ ରୋକିବା ପାଇଁ ପୁରା ଦେଶ ରେ ଲକଡାଉନ (Lackdown 2.0) ଜାରି ଅଛି।ଲକଡାଉନ ପାଇଁ ଲୋକଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି।ଏହି ସମୟରେ କିଛି ଏପରି ଘଟଣା ସାମ୍ନା କୁ ଆସିଛି,ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି।କିଛି ଏପରି ଘଟଣା ସାମ୍ନା କୁ ଆସିଛି ପଞ୍ଜାବ ରୁ।ଯେଉଁଠି ଲକଡାଉନ ପାଇଁ ଏକ ଲୋକ ର ସ୍ତ୍ରୀ ର ମୃତ୍ୟୁ ହୋଇଯାଇଛି।କିନ୍ତୁ ଏହି ମୃତ୍ୟୁ କିଛି ପ୍ରଶ୍ନ ସୃଷ୍ଟି କରିଛି ଓ ସବୁଠୁ ବଡ ପ୍ରଶ୍ନ ଏହି ମୃତ୍ୟୁ ପାଇଁ ଦାୟୀ କିଏ।
ତିନି ଥର କଟାହେଲା ପାସ-ପ୍ରକୃତରେ ୟୁପି ର ମହାରାଜଗଞ୍ଜ ଜିଲ୍ଲା ରେ ରହିବା ଵାଲା ମନୋଜ କୁମାର ପଞ୍ଜାବ ର ମଣ୍ଡି ଗୋବିନ୍ଦଗଡ ରେ ଏକ କାରଖାନା ରେ କାମ କରୁଥିଲା।କିଛି ଦିନ ପୂର୍ବରୁ ଫୋନ ଆସିଥିଲା କି ତାର ସ୍ତ୍ରୀ ଦେହ ଖରାପ ଅଛି।ଯେବେ ମନୋଜ କୁ ଏହି ଖବର ମିଳିଲା ସେ ତୁରନ୍ତ ଯିବା ପାଇଁ ପାସ ପାଇଁ ନିବେଦନ କରିଥିଲା।ତିନି ଥର କାଟିବା ପରେ ଚତୁର୍ଥ ଥର ତା ପାସ ହୋଇଯାଇଥିଲା।ପାସ ମିଳିବ ପରେ ମନୋଜ ନିଜ ସାଇକେଲ ରେ ଘରକୁ ବାହାରି ପଡିଲା।
ପାସ ଥାଇ ବି ଯିବା ପାଇଁ ଅନୁମତି ମିଳିଲା ନାହିଁ-କୁହାଯାଉଛି କି ମନୋଜ ୨୨ଏପ୍ରିଲ କୁ ନିଜ ଘରକୁ ବାହାରି ଥିଲା।ସାର ରାତି ସାଇକେଲ ଚଲେଇବା ପରେ ତା ପର ଦିନ ସେ ୟୁପି-ହରିୟାଣା ବଡର ର ଛୋଟି ନହର ରୁ ବାହାରି ସହରନପୁର କେଂଛି ଗେଟ ପାଖରେ ପହଞ୍ଚିଥିଲା।ସେଠି ପୋଲିସ ତାକୁ ଅଟକେଇଦେଇଥିଲା।ଜେବେକି ତା ପାଖରେ ପାସ ସୀମା ୨୪ ଏପ୍ରିଲ ପର୍ଯ୍ୟନ୍ତ ଥିଲା।ହଇରାଣ ଏହା ଅଟେ କି ପୋଲିସ ତାର କୌଣସି କଥା କି ପାସ କୁ କିଛି ବି ଶୁଣିନଥିଲା।ସେଠୁ ଫେରିବା ପରେ ମନୋଜ ଅନ୍ୟ ରାସ୍ତା ବାହାର କଲା ଘରକୁ ଯିବାକୁ କିନ୍ତୁ ଆଗ ରାସ୍ତାରେ ପୋଲିସ ପୁଣି ତାକୁ ଅଟକେଇଦେଲା ଓ ତାକୁ ଫେରାଇଦେଲା । ଥକି ଯିବା ପରେ ସେ ଏକ ଟ୍ରକ ରେ ବସି ପୁଣି ପଞ୍ଜାବ ଫେରି ଆସିଲା।
ତା ପର ଦିନ ମନୋଜ କୁ ଫୋନ ଆସିଲା କି କିନ୍ତୁ ଏଥର ସ୍ତ୍ରୀ ର ମୃତ୍ୟୁ ଖବର ଆସିଥିଲା। ଯେମିତି ମନୋଜ ଏହି ଖବର ଶୁଣିଛି ସେ ବେହୋସ ହୋଇ ପଡିଗଲା।ଏବେ ମନୋଜ ସରକାରଙ୍କ ପାଖରେ ରେନୁ କରିଛି ସ୍ତ୍ରୀ ର ଅନ୍ତିମ ସଂସ୍କାର ପାଇଁ ଯିବାକୁ କିନ୍ତୁ ଏହି ମୃତ୍ୟୁ କିଛି ପ୍ରଶ୍ନ ବାହାର କରିଛି।