କରୋନା ସଙ୍କଟ ଭିତରେ ହୃଦୟକୁ ସାନ୍ତ୍ୱନା ଦେଲା ଭଳି ଏକ ଖବର ସାମ୍ନାକୁ ଆସିଛି | ଦୁନିଆର ବହୁତ ସାରା ବିଜ୍ଞାନିକ ଏବଂ ଡାକ୍ତର ମାନେ କରୋନା ର ଟୀକା ବାହାର କରିବାକୁ ଗବେଷଣା ଜାରି ରଖିଛନ୍ତି | ବର୍ତମାନ ଏହା ମଧ୍ୟରେ ଏକ ଶୁଭ ଖବର ଆସିଛି, ଚୀନ ରେ କରୋନା ଭାଇରସ {କୋଭିଡି-୧୯ ଭ୍ୟାକସିନ} ପାଇଁ ପ୍ରସ୍ତୁତ ହୋଇଥିବା ଟୀକା କୁ ଏକ କରୋନା ସଂକ୍ରମିତ ମାଙ୍କଡ଼ ଉପରେ ସଫଳତାର ସହିତ ପରୀକ୍ଷା କରାଯାଇଛି |
ପ୍ରଥମ ଥର ପାଇଁ ଏମିତି ହୋଇଛି କି ଟୀକା ଦ୍ୱାରା ମାଙ୍କଡ଼ ର ଜୀବନକୁ କାରଣ ସଂକ୍ରମଣ ଠାରୁ ବଂଚେଇ ପାରିଛି | ବିଜ୍ଞାନିକ ମାନେ କହିଛନ୍ତି କି ଏହି ଟିକାକୁ ପୁରାତନ ଜ୍ଞାନ କୌଶଳରେ ରାସାୟନିକ ପଦ୍ଧତିରେ ଏହାକୁ ପ୍ରସ୍ତୁତ କରାଯାଇଛି | ଏହି ଟୀକାର ପରୀକ୍ଷା ଦ୍ୱାରା ସେହି ମାଙ୍କଡର କୌଣସି ପ୍ରକାରର ସାଇଡ଼ିଂଫେକ୍ଟ ବାହାରିନି ନାହିଁ ଏହି ପରୀକ୍ଷା ସମ୍ପୂର୍ଣ ଭାବରେ ସଫଳରତା ସହିତ ପରୀକ୍ଷା ସଫଳ ହୋଇଛି |
୮ଟି ମାନଙ୍କଡ଼ ଉପରେ ଏହି ପରୀକ୍ଷା ସଫଳ ହୋଇଛି | ଚୀନ ର ରାଜଧାନୀରେ ଏକ କମ୍ପାନୀ ସିନୋଭାକ ଵୟୋଟେକ ଦାବି କରିଛିକି ତାଙ୍କ କମ୍ପାନୀ କରୋନା ଭାଇରସ ର ଟୀକା ପ୍ରସୂତ କରିଛି | କମ୍ପାନୀ ତରଫରୁ କୁହାଯାଇଛି କି ଦୁଇଟି ଡୋଜ ୮ଟି ମାଙ୍କଡ଼ କୁ ଦିଆଯାଇଥିଲା ଏବଂ ୩ ସପ୍ତାହ ପରେ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପରେ ଏହାର ପରିଣାମ ହଇରାଣ କରିଦେଲା ଭଳି ଥିଲା | ଏହା ପରେ କରୋନା ଭାଇରସ କୁ ମାଙ୍କଡ ମାନଙ୍କ ଫୁସଫୁସରେ ଇନେଜେକ୍ସନ ମାଧ୍ୟମରେ ଦିଆଯାଇଥିଲା | ୩ ସପ୍ତାହ ପରେ ଯେତେବେଳେ ପରୀକ୍ଷା ହେଲା ମାଙ୍କଡ ମାନଙ୍କ ଠାରେ କାରଣ ସଂକ୍ରମଣ ନଥିଲା |
ମାନଙ୍କଡ଼ ରୁ ମିଳିଥିବା କରୋନା ଲକ୍ଷଣ ସିଆନୋଭାଙ୍କର ବରିଷ୍ଠ ନିର୍ଦେଶକ ମେଂ ଭିଂଗ କହିଛନ୍ତି ଯେ ପରୀକ୍ଷା ପରେ କୌଣସି ବି ମାଙ୍କଡ ଠାରେ କରୋନା ସଂକ୍ରମଣ ମିଳିନାହିଁ | ସବୁ ମାଙ୍କଡ ମାନଙ୍କୁ ଅଲଗା ଅଲଗା ପରିମାଣର ଡୋଜ ଦିଆଯାଇଥିଲା, ଯେଉଁ ମାନଙ୍କଡ଼ ମାନଙ୍କୁ ଅଧିକ ଡୋଜ ଦିଆଯାଇଥିଲା ସାତଦିନ ପରେ ସେହି ମାଙ୍କଡର ଶରୀରର କିମ୍ଭା ମୁଣ୍ଡରେ କୌଣସି ଜାଗାରେ କରୋନା ଭାଇରସ ମିଳିନଥିଲା |
ଯେଉଁ ମାନଙ୍କୁ କାମ ପରିମାଣରେ ଡୋଜ ଦିଆଯାଇଥିଲା ସେମାନଙ୍କ ଶରୀରରେ କିଛି ଲକ୍ଷଣ ଦେଖା ଯାଉଥିଲା କିନ୍ତୁ ସେ ଏବେ ତାଙ୍କୁ ଆୟତରେ କରିନେଇଛନ୍ତି | ମେଂ ଭିଂଗ କହିଛନ୍ତି କି ଆମକୁ ପୁରା ଭରସା ଅଛି କି ଏହି ଟୀକା ମଣିଷ ମାନଙ୍କ ଉପରେ ମଧ୍ୟ କାର୍ଯ୍ୟ କରିବ | ୧୬ ଏପ୍ରିଲ ପରେ ଏହାକୁ ମଣିଷଙ୍କ ଉପରେ ପରୀକ୍ଷା ଆରମ୍ଭ କାରାଯାଇଛି |