ବାସ୍ତୁ ଶାସ୍ତ୍ର କେଉଁ ବି ଘର ର ଶକ୍ତି ହେଇ ଥାଏ।ଯଦି କେଉଁ ଘର ର ବାସ୍ତୁ ଠିକ ଥାଏ ତ ସେଠାରେ ପୋଜିଟିଭ ଶକ୍ତି ର ଜାତ ବହୁତ ହୁଏ। ଏହି ପୋଜିଟିଭ ଶକ୍ତି ଆପଣଙ୍କ ଘରେ ଭଲ ଭାଗ୍ୟ ବନେଇ ରଖେ। କୁହାଯାଏ କି ଘରେ ଯଦି ଘର ର ସବୁ ଜିନିଷ ଠିକ ଠିକ ସ୍ଥାନ ରେ ରହିଥାଏ ତ ଏହା ଘର ର ବାସ୍ତୁ ଶାସ୍ତ୍ର କୁ ଠିକ ଠାକ ରଖି ଥାଏ। ଆଉ ଯଦି ଘର ର ଜିନିଷ ଏପଟ ସେପଟ ହୁଏ ତ ଏହା ଘରେ ଭୁଲ ଦୋଷ ଆଣିଥାଏ। ଏହାପରେ ଘର ର ପରିସ୍ଥିତି ବିଗିଡିବାକୁ ଲାଗେ। ଘରେ ଖର୍ଚ୍ଚ ଅଧିକ ହେଇଯାଏ ଆଉ ସୁଖ କମିବାକୁ ଲାଗେ। ଏପରି ସ୍ଥିତି ଘରେ ନ ହଉ ଏଥିପାଇଁ ଘର ର ବାସ୍ତୁ ଠିକ ରହିବା ନିହାତି ଜରୁରୀ।
ଆଜି ଆମେ ଆପଣଙ୍କୁ ଘର ର ରୋଷେଇ ଘର ସହ ଯୋଡ଼ା ବାସ୍ତୁ ବାବଦରେ କହିବାକୁ ଯାଉଛୁ। ରୋଷେଇ ଘର ଏକ ଏପରି ଜାଗା ହେଇଥାଏ ଯେଉଁଠାରେ କି ସବୁ ଲୋକଙ୍କର ଖାଇବା ବନୁଥାଏ। ଏଥିପାଇଁ ଏହି ସ୍ଥାନ ରେ ପୋଜିଟିଭ ଏନର୍ଜୀ ରହିବା ନିହାତି ଦରକାର ଆଉ ଯାହାଦ୍ୱାରା କି ଆପଣଙ୍କ ଘର ର ସବୁ ସଦଶ୍ୟ ମାନଙ୍କୁ ଏନର୍ଜୀ ଖାଦ୍ୟ ମାଧ୍ୟମ ରେ ପହଂଚିବ। ଘରେ ରହିଥିବା ଚୁଲା ବହୁତ ମହତ୍ତ୍ୱପୂର୍ଣ ଜିନିଷ। ତେଣୁ ଏହାକୁ ବାସ୍ତୁ ଅନୁସାରେ ରଖିବା ଦରକାର।
କେଉଁ ଦିଗ ରେ ରଖିବେ ଗ୍ୟାସ ଚୁଲା:

ବାସ୍ତୁ ଶାସ୍ତ୍ର ଅନୁସାରେ ଗ୍ୟାସ ଚୁଲା ରୋଷେଇ ର ଅଗ୍ନି କୋଣ ରେ ରହିବା ଦରକାର ଅଥବା ଆପଣ ଏହାକୁ ପୂର୍ବ ଦିଗ ରେ ବି ରଖିପାରିବେ। କୁହାଯାଏ କି ଅଗ୍ନି କୋଣ ଅଗ୍ନିଦେଵ ଙ୍କର ଦିଗ ହେଇଥାଏ ଆଉ ଏହି ଦିଗ ରେ ଚୁଲା ରଖିବା ଦ୍ୱାରା ଘରେ ବରକତ ରହିଥାଏ ଆଉ ଅଗ୍ନି ସମ୍ବନ୍ଧୀୟ ଘଟଣା ବହୁତ କମ ହେଇଥାଏ।
ରୋଷେଇ ଘର ର ଏହି ବାସ୍ତୁ ବି ରଖନ୍ତୁ ବାସ୍ତୁ ଅନୁସାରେ:

ଆପଣ ଯେତେବେଳେ ବି ରୋଷେଇ ଘର ର ସ୍ଲାବ ଉପରେ କିଛି ଜିନିଷ ରଖୁଛନ୍ତି ତ ଆପଣ ଏପରି ରଖନ୍ତୁ କି ଆପଣ ରୋଷେଇ କରୁଥିବା ସମୟରେ ଆପଣଙ୍କ ମୁହଁ ସର୍ବଦା ପୂର୍ବ ଆଡକୁ ହଉ। ଆଉ ଆପଣ ୱାସ ବେସିନ କୁ ସର୍ବଦା ଐଶାନ୍ୟ କୋଣ ରେ ରଖିବା ଦରକାର। ଘର ର ଫ୍ରିଜ କୁ ପଶ୍ଚିମ ଦିଗ ରେ ଆଉ ଘର ର ହିଟର କୁ ଆଗ୍ନେୟ କୋଣ ରେ ରଖିବା ଜରୁରୀ। ଏହାପରେ ମିକ୍ସି ତଥା ତୋସ୍ତର ପରି ଆଇଟମ ମାନଙ୍କୁ ଉତ୍ତର ପଶ୍ଚିମ ଦିଗ ରେ ରଖିବା ଜରୁରୀ।
ନୋଟ:
ଆପଣ ଗୋଟେ କଥା ର ଧ୍ୟାନ ରଖନ୍ତୁ କି ନିଜର କିଚେନ କୁ ଶୋଇବା ଘର , ବାଥ ରୁମ ଅଥବା ଗାଧୁଆ ଘର ର ଉପରେ ବା ତଳେ ରଖନ୍ତୁ ନାହିଁ । କିଚେନ ଭିତରକୁ ଆପଣ ଜୋତା ଅଥବା ଚପଲ ପିନ୍ଧି ପ୍ରବେଶ କରନ୍ତୁ ନାହିଁ ଆଉ ତାକୁ ଧୂଳି ମାଟି ରୁ ଦୂରରେ ରଖନ୍ତୁ। ଆପଣ ଅମଜା ବାସନ ବି ଛାଡ଼ନ୍ତୁ ନାହିଁ।
ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ଆର୍ଟିକିଲ୍ ଭଲ ଲାଗିଥାଏ ଗୋଟେ ଲାଇକ୍ ସହ ସେୟାର କରିବାକୁ ଭୁଲିବେ ନାହିଁ।