କଣ ଅଟେ ମିଳନ ଚିନ୍ତା
ଯଦି ଆପଣ ଙ୍କ ମନ ରେ ବି ଏପରି ବିଚାର ଆସୁଛି କି ଆପଣ ଙ୍କ ସାଥି କୁ ବି ଆପଣଙ୍କ ଶରୀରର କେଉଁ ଅଙ୍ଗ ପସନ୍ଦ ନ ଆସେ,କି ଆପଣ ଏହା ଭାବୁଛନ୍ତି ନିଜ ସାଥି କୁ ଯଦି ଖୁସି କରି ନ ପାରିବେ ତ ଏହା ମିଳନ ଚିନ୍ତା କୁ ଦର୍ଶାଏ।ଏହି ପରି ଡର କାହାକୁ ବି ହୋଇପାରେ, ଆପଣ ମିଳନ କରିବାରେ ଆପଣ ଙ୍କ ପ୍ରଥମ ଥର ହେଉ କି ଆପଣ ଏହା ର ଅନୁଭବୀ ହୁଅନ୍ତୁ।କିଛି ଲୋକଙ୍କ ମଧ୍ୟ ରେ ଏହି ଡର ଅଳ୍ପ ସମୟ ପାଇଁ ହୋଇଥାଏ କିନ୍ତୁ ଆଉ କିଛି ଲୋକ ଙ୍କ ପାଖରେ ଅଧିକ ସମୟ ପାଇଁ ଏହି ଡର ରହିଥାଏ।
ପୁରୁଷ ମାନଙ୍କ ତୁଳନାରେ ମହିଳା ମାନେ ବେସି ପ୍ରଭାବିତ

ଏହା ସହିତ ଯୋଡି ହୋଇଥିବା ରିପୋର୍ଟ ରୁ ଜଣା ପଡେ କି ମହିଳା ମାନଙ୍କ ପାଖରେ ମିଳନ ଚିନ୍ତା ବେସି ରହିଥାଏ।ଏହା ପଛରେ ଅଲଗା ଅଲଗା କାରଣ ହୋଇଥାଏ।ଯଥା ଶାରୀରିକ ସମ୍ପର୍କ ରେ ରୁଚି ନ ହେବା।
ନିଜକୁ ନିଜେ ସମ୍ଭାଳିବା

ଆପଣ ପ୍ରଥମେ ନିଜକୁ ନିଜେ ଖରାପ ନଜର ରେ ଦେଖିବା ବନ୍ଦ କରନ୍ତୁ। ଆପଣ ଙ୍କୁ ନିଜ ଶରୀର କୁ ଭଲ ପାଇବା ଆବଶ୍ୟକ।ମିଳନ ରେ ଆପଣଙ୍କୁ ନିଜ ଶରୀରକୁ ନେଇ ଆତ୍ମବିଶ୍ବାସ ରଖିବା ଜରୁରୀ।
ଧ୍ୟାନ ଲଗାନ୍ତୁ ଓ ବ୍ୟାୟାମ କରନ୍ତୁ
ଆପଣଙ୍କୁ ଜଣାଥିବା ବ୍ୟାୟାମ କରିବା ଦ୍ୱାର ଖୁସି ହର୍ମୋନ ବାହାରିଥାଏ।ଆପଣ ଙ୍କୁ ଯୋଗ-ଧ୍ୟାନ ମାଧ୍ୟମ ରେ ବ୍ୟୟାମ କରିବାକୁ ସହଜ ହୋଇଯିବ।ଏହା ଦ୍ୱାର ଆପଣ ନିଜ ସିଧା ଜୀବନ ବା ପ୍ରେମ ଜୀବନରେ ଖୁସି ଅନୁଭବ କରିବେ।ଆପଣ ଙ୍କ ନିଜ ଭିତରେ ଡର ବି ରହିବନି।
ନିଜ ଖୁସି ପାଇଁ କଥା ହୁଅନ୍ତୁ

ଖଟ ରେ ମହିଳାମାନଙ୍କ ଆବଶ୍ୟକ କୁ ବୁଝିବା ଏତେ ସହଜ ନୁହେଁ।ମହିଳା ମାନଙ୍କୁ ନିଜେ ଏହା ଉପରେ ଧ୍ୟାନ ଦେବାକୁ ପଡିବ।କି ସେ କେଉଁ ଜିନିଷରେ ଖୁସି ଅନୁଭବ କରିବେ।ଏହା ଉପରେ ସେ ନିଜ ସାଥି ସହିତ କଥା ହେବା ଉଚିତ।
ନିଜ ସାଥି ଙ୍କ ପସନ୍ଦ ଜାଣନ୍ତୁ

ଯଦି ମିଳନ ଚିନ୍ତା ଆପଣ ଙ୍କୁ ନିଜ ସାଥି ସହିତ ମିଳନ ରେ ବାଧା ସୃଷ୍ଟି କରୁଛି ତ ଆପଣଙ୍କୁ ନିଜ ସାଥି ସହିତ ଏ ବିଷୟରେ କଥା ହେବା ଜରୁରୀ ଅଟେ।ଆପଣ ଙ୍କୁ ନିଜ ସାଥି କୁ ଖୁସି କରିବା ଚିନ୍ତା ଯଦି ମନରେ ଅଛି ଏହି କଥା ନିଜ ସାଥି ଜାଣିବା ଜରୁରୀ। ଏହାର ସମାଧାନ ପାଇଁ ନିଜ ସାଥି ର ପସନ୍ଦ ନାପସନ୍ଦ ପଚାରି ପାରିବେ।ଯଦି ସାଥି ବୁଦ୍ଧିମାନ ହୋଇଥାଏ ତ ଏହି ସମସ୍ୟା ରୁ ବାହାରିବା ସହଜ ହୋଇଥାଏ।