ଲକଡାଉନ ଭିତରେ ବହୁତ ମଜାଦାର ଘଟଣା ସାମ୍ନା କୁ ଆସୁଛି। ଗୋଟେ ଲୋକ ତାର ୬ଟି ଛୁଆ ଆଉ ସ୍ତ୍ରୀ କୁ ନେଇ ତାର ବାଇକ ରେ ଯାଉଥିଲା। ଯେତେବେଳେ ପୋଲିସ ଅଟକାଇଲା ର ତାର ଜବାବ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ। ବାଇକରେ ଯାଉଥିବା ଲୋକର ଫୋଟୋ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେଉଛି ଆଉ ଏହାକୁ ଦେଖି ଲୋକଙ୍କର ରିଆକ୍ସନ ଆସୁଛି।
କରୋନା ଭାଇରସ ଭିତରେ ସାରା ଦେଶ ରେ ଲକଡାଉନ ଲାଗି ରହିଛି ମାତ୍ର ଲୋକମାନେ ଜବରଦସ୍ତି ନିଜ ଘରୁ ବାହାରକୁ ଆସୁ ଛନ୍ତି। ପୋଲିସ ବି ଏପରି ବାହାରୁଥିବା ଲୋକ ମାନଙ୍କ ବିରୁଦ୍ଧରେ ଶକ୍ତ ପଦକ୍ଷେପ ନେଉଛି। ଲକଡାଉନ ଭିତରେ କିଛି ମଜାଳିଆ ଘଟଣା ବି ସାମ୍ନା କୁ ଆସୁଛି। ଏପରି ହି ଏକ ଘଟଣା ମଥୁରା ରୁ ସାମ୍ନା କୁ ଆସିଛି ଯେତେବେଳେ କି ଜଣେ ବ୍ୟକ୍ତି ନିଜର ୬ ଟି ଛୁଆ ଆଉ ନିଜର ସ୍ତ୍ରୀ କୁ ଧରି ଗୋଟେ ବାଇକ ରେ ଯାଉଥିଲା ଆଉ ଯେତେବେଳେ ପୋଲିସ ଏହାର କାରଣ ପଚାରିଲା ତ ସେମାନେ ଶୁଣିକି ଆଶ୍ଚର୍ଯ୍ୟ ହେଇଗଲେ। ଏହାପରେ ପୋଲିସ ତାଙ୍କୁ ଯିବାର ଅନୁମତି ଦେଇଦେଲେ। ଏହି ମାମଲା ସୋସିଆଲ ମିଡିଆ ରେ ଭାଇରାଲ ହେଉଛି।

ହସ୍ପିଟାଲ ଆଡକୁ ଯାଉଥିଲା ସେହି ବ୍ୟକ୍ତି:
ଏକ ରିପୋର୍ଟ ମୁତାବିକ ଅର୍ଷଦ ନାମକ ସେହି ବ୍ୟକ୍ତି ନିଜର ସ୍ତ୍ରୀ ମୁବିନା ଆଉ ତାର ୬ଟି ଛୁଆ ଙ୍କୁ ଧରି ହାଇ ୱେ ରେ ଯାଉଟିଲା। ଗୋଟେ ହି ଗାଡି ରେ ୬ଟି ଛୁଆ ଆଉ ଜଣେ ସ୍ତ୍ରୀ କୁ ଦେଖି ପୋଲିସ ତାଙ୍କର ଗାଡି ଅଟକାଇ ଦେଲା। ତାକୁ ଅଟକାଇ ତାଙ୍କୁ ପୋଲିସ ଯେତେବେଳେ ଏହା ପଚାରିଲା କି ସେ କୁଆଡେ ଯାଉଛି ତ ସେ ବ୍ୟକ୍ତି ଜଣକ କହିଲା କି ତା ପତ୍ନୀ ପେଟ ରେ ଯନ୍ତ୍ରଣା ହେଉଛି କାରଣ ତାର ଡେଲିଭରି ହେବାର ଅଛି।
ଏହି କାରଣ ଶୁଣିବା ପରେ ନିଜେ ସବୁ ପୋଲିସବାଲା ବି ଆଶ୍ଚର୍ଯ୍ୟ ହେଇଗଲେ ଆଉ ତାକୁ ତୁରନ୍ତ ହି ଯିବାର ଅନୁମତି ଦେଇ ଦେଲେ। ଅର୍ଷଦ କହିଲା କି ତାର ତା ଘରେ ପତ୍ନୀ ଆଉ ତା ଛଡା ଆଉ କେହି ବି ବଡ଼ ବ୍ୟକ୍ତି ନାହାନ୍ତି। ଛୋଟ ପିଲା ମାନେ ବହୁତ ଛୋଟ ଅଛନ୍ତି ତେଣୁ ସେମାନେ ନିଜ କାମ ଆଉ କରିପାରିବେ ନାହିଁ। ତେଣୁ ସେ ସମସ୍ତଙ୍କୁ ଧରି ହସ୍ପିଟାଲ ଯାଉଛି। ଏହା କୁହାଯାଉଛି କି ବାଇକ ରେ ଯାଉଥିବା ବ୍ୟକ୍ତି ର ଫୋଟୋ ସୋସିଆଲ ମିଡ଼ିଆ ରେ ବହୁତ ଜଲଦି ଭାଇରାଲ ହେଉଛି। ଲୋକ ମାନେ ଦେଖିବାକୁ ଚେଷ୍ଟା କରୁଛନ୍ତି କି ଏହି ବ୍ୟକ୍ତି ଜଣକ କିଏ ଆଉ ସବୁ ଲୋକ ଭିନ୍ନ ଭିନ୍ନ ପ୍ରକାର ର ପ୍ରତିକ୍ରିୟା ଦେଉଛନ୍ତି