ଆଚାର୍ଯ୍ୟ ଚାଣକ୍ୟ ଙ୍କୁ ଜଣେ ସବୁଠାରୁ ଭଲ ତଥା ଲୋକପ୍ରିୟ ଶିକ୍ଷକ, ଦାର୍ଶନିକ ତଥା ଅର୍ଥଶାସ୍ତ୍ରୀ ଭାବେ ସବୁ ଜାଣିଥିଲେ। ସେ ପାଟଳିପୁତ୍ର ର ମହାମନ୍ତ୍ରୀ ଥିଲେ ଆଉ ଏତେ ବଡ଼ ମହାମନ୍ତ୍ରୀ ହେଇଥିବା ସତ୍ତ୍ୱେ ସେ ଏକ କୁଟୀର ରେ ରହିବାକୁ ପସନ୍ଦ କରୁଥିଲେ। ଏହା ସହିତ ହି ସେ ବହୁତ ସାଧା ଜୀବନ ବିତେଇବାକୁ ପସନ୍ଦ କରୁଥିଲେ। ସେ ତାଙ୍କ ଜୀବନ ର ସବୁ ଅନୁଭବ କୁ ଏକ ପୁସ୍ତକ ଚାଣକ୍ୟ ନୀତି ରେ ସ୍ଥାନ ଦେଇଛନ୍ତି। ତାଙ୍କ ଏହି ପୁସ୍ତକ ରେ ମନୁଷ୍ୟ ବାବଦରେ କିଛି ଅନନ୍ୟ ନୀତି ପ୍ରକାଶିତ ହେଇଛି ଆଉ ଯେଉଁ ଲୋକ ଏହି ସବୁ ନୀତି କୁ ପଢି ହଜମ କରିପାରେ ତାର ଜୀବନ ଅତ୍ୟନ୍ତ ସୁଖମୟ ହେଇଯାଏ। ଆଜି ଆମେ ତାଙ୍କର ଏକ ଶ୍ଳୋକ ରେ ପ୍ରକାଶିତ କିଛି ଏପରି କଥା ଜାଣିବା ଯାହା କି ମନୁଷ୍ୟ କୁ ବିନା ନିଆଁ ରେ ଜଳେଇପାରେ।
କାନ୍ତାବିୟୋଗ ସ୍ୱଜଣାପମାନେ ଋଣଷ୍ୟ ଶେଷ କ୍ରୁନୁପସ୍ୟ ସେବା
ଦାରିଦ୍ରଭାବ ବିଷ୍ୟୟା ସଭା ଚ ବିନଅଗ୍ନିମିତେ ପ୍ରଦାହନ୍ତି କାୟମ
ଏ ଶ୍ଳୋକ ରେ ଚାଣକ୍ୟ କହିଛନ୍ତି କି ପତ୍ନୀ ର ବିୟୋଗ, ଆତ୍ମୀୟ ଙ୍କ ଠାରୁ ଅପମାନ, ଦୁଷ୍ଟ ରାଜା ର ସେବା, କରଜ ସୁଝିନପାରିବା, ଦରିଦ୍ର ଆଉ ଧୂର୍ତ ଲୋକଙ୍କର ସଭା ରେ ଉପସ୍ଥିତ ରହିବା ଇତ୍ୟାଦି ଘଟଣା ମନୁଷ୍ୟ କୁ ବିନା ନିଆଁ ରେ ବି ଜଳେଇପାରେ।
ପତ୍ନୀ ର ପତି ଠାରୁ ବିୟୋଗ:

ଚାଣକ୍ୟ କହିଛନ୍ତି କି ଯଦି ପତି ଆଉ ପତ୍ନୀ ବହତ ଭଲ ପାଉଛନ୍ତି ଆଉ କିଛି କାରଣ ରୁ ତାଙ୍କ ବିୟୋଗ ହେଇଯାଏ ତ ଏହା ଅଗ୍ନି ରେ ଜଳିବା ସମାନ ଥାଏ। ସେମାନେ ନିଜ ନିଜର ବିୟୋଗ ସହିପାରନ୍ତି ନାହିଁ।
ସ୍ୱଜନ ଠାରୁ ଅପମାନିତ ହେବା:
ଚାଣକ୍ୟ ଏହା ବି କହିଛନ୍ତି କି ଯଦି କେଉଁ ବ୍ୟକ୍ତି ନିଜର ଲୋକଙ୍କ ଠାରୁ ଅପମାନିତ ହେଇଯାଏ କିମ୍ବା ଯାହାକୁ ସେ ବହୁତ ନିଜର ଭାବେ ତା ପାଖରୁ ଅପମାନିତ ହୁଏ ତ ଏହା ତା ପାଇଁ ଅସହ୍ୟ ହେଇଯାଏ।
କରଜ ସୁଝିନପାରିବା:
ଚାଣକ୍ୟ କହିଲେ କି କେଉଁ ବ୍ୟକ୍ତି ପାଇଁ କରଜ ନେବା ବହୁତ ସହଜ ହେଇଥାଏ ମାତ୍ର ତାକୁ ସମୟ ରେ ସୁଝିବା କଷ୍ଟକର ଥାଏ। ଯଦି ବ୍ୟକ୍ତି ଉପରେ କରଜ ଥାଏ ତ ତା ପାଇଁ ସମୟ ପଶ୍ଚାତାପ ରେ ଭରା ଥାଏ। ଏହା ବି ଅଗ୍ନି ରେ ଜଳିବା ବରାବର ହେଇଥାଏ।

ଦରିଦ୍ର ଲୋକଙ୍କର ସଭା ରେ ରହିବା:
ଦରିଦ୍ର ତଥା ଧୁର୍ତ୍ତ ଲୋକଙ୍କର ସଭା ରେ ଉପସ୍ଥିତ ରହିଥିବା ଲୋକମାନେ ବି ଭିତରୁ ଚିନ୍ତିତ ଥାଆନ୍ତି। ନିଜ ଇଛା ବିରୂଦ୍ଧ ରେ ସେମାନେ ସଭା କୁ ଆସନ୍ତି ଆଉ ଏହି କଥା ତାଙ୍କୁ ଭିତରୁ ହି ଦୁର୍ବଳ କରିଦିଏ।
ଦୁଷ୍ଟ ରାଜା ର ସେବା କରିବା:
ଦୁଷ୍ଟ ରାଜା ର ସେବା କରୁଥିବା ଲୋକ ବି ଭିତରୁ ହି ଜଳୁଥାନ୍ତି। ନିଜର ଇଛା ବିରୁଦ୍ଧ ରେ ସେମାନଙ୍କୁ ନିଜ ଠାରୁ ବଡ଼ ପଦବୀ ର ଲୋକମାନଙ୍କର ହଁ ସହ ହଁ ମିଳେଇବାକୁ ପଡେ।