ଗାଁ କୁ ସ୍ୟାନିଟାଇଜ କରିବାକୁ ଯାଇଥିବା ଯୁବକ ମୁହଁ ରେ କୀଟନାଶକ ପକେଇ ଦିଆଗଲା।

ଉତ୍ତରପ୍ରଦେଶ ର ରାମପୁର ଜିଲ୍ଲା ରେ ଜଣେ ଯୁବକ ଯେ କି ଗାଁ କୁ ସ୍ୟାନିଟାଇଜ କରିବାକୁ ଯାଇଥିଲା , ତାର ମୁହଁ ରେ କୀଟନାଶକ ପକେଇ ଦିଆଯାଇଛି। ଘଟଣା ୧୪ ଅପ୍ରେଲ ର ଅଟେ ଆଉ କରୋନା ସଂକ୍ରମଣ ରୁ ପ୍ରେମପୁର ଗ୍ରାମ କୁ ବଞ୍ଚେଇବା ପାଇଁ ପୁରା ଗାଁ କୁ ସ୍ୟାନିଟାଇଜ କରିବା ପାଇଁ ଜଣେ ଯୁବକ କୁ ପଠାଯାଇଥିଲା। ପ୍ରଥମେ ପାଞ୍ଚ ଜଣ ଲୋକ ଆସି ଯୁବକ କୁ ବହୁତ ନିର୍ମମ ଭାବେ ପିଟିଲେ ଆଉ ତା ପରେ ତା ମୁହଁ ରେ କୀଟନାଶକ ପକେଇ ଦେଲେ। ପରେ ତାଙ୍କ ହେଲଥ ମେଡିକାଲ ରେ ତାର ଚିକିତ୍ସା ହେଉ ହେଉ ତାର ମୃତ୍ୟୁ ହେଇଗଲା। ଥାନାଧ୍ୟକ୍ଷ ଯୋଗେନ୍ଦ୍ର ସିଂହ କହିଲେ କି ସେହି ପାଞ୍ଚ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ମାମଲା ରେ ପାଞ୍ଚଜଣ ଆରୋପୀ ଙ୍କର କେଶ ଦର୍ଜ କରାଯାଇଛି ଆଉ ପୋଲିସ ଏମାନଙ୍କ ବିପକ୍ଷ ରେ ହତ୍ୟା ର କେସ ଦର୍ଜ କରିବାକୁ କହିଛି। ଅବଶ୍ୟ ଏହି ପାଞ୍ଚ ଜଣ ଯାକ ଫେରାର ଅଛନ୍ତି ଆଉ ୟାଙ୍କୁ ଧାରାଯାଇପାରିନାହିଁ।

ମୃତକ ର ଭାଇ ଏହି କେଶ ଦର୍ଜ କରିଛି। ମୃତକ ର ଭାଇ ହରିଶଙ୍କର ଅନୁସାରେ ତାର ଭାଇ କୁଂବର ପାଲ ୧୪ ଏପ୍ରିଲ କୁ ରାମପୁର ଗ୍ରାମ ରେ ଅନ୍ୟ ଯୁବକ ମାନଙ୍କ ସହ ହାଇକେନ କୀଟନାଶକ ର ସ୍ପ୍ରେ କରୁଥିଲା ଆଉ ଠିକ ଏହି ସମୟରେ ହି କିଛି ଯୁବକ ଆସିଲେ ଆଉ ତା ସହ ଜବରଦସ୍ତି କଲେ ଆଉ ତାକୁ ମାଡ ପିଟ କଲେ। ତା ପରେ ସେମାନେ କୁଂବର ର ମୁହଁ ରେ କୀଟନାଶକ ସ୍ପ୍ରେ କଲେ ଯାହାଦ୍ୱାରା କି ତାର ଚିକିତ୍ସା ଭିତରେ ହି ମୃତ୍ୟୁ ହେଇଗଲା। କୁବବର ଙ୍କର ବୟସ ମାତ୍ର ୨୧ ବର୍ଷ ଥିଲା। ଏହି ମାମଲା ରେ ପୋଲିସ ଏକ ନାମଜାଦ ଙ୍କ ସହ ବାକି ସଭିଙ୍କ ନାମ ରେ କେଶ ଦର୍ଜ କରିଛି ଆଉ ପରେ ପୁଣି ଜିଲ୍ଲାଧିକାରୀ ହତ୍ୟା ମାମଲା ସମେତ କେଶ ଦର୍ଜ କରିବାକୁ ଅନୁମତି ଦେଲେ। ଏହି ଘଟଣା ର ମୁଖ୍ୟ ଆରୋପୀ ଇନ୍ଦ୍ରପାଳ ଅଟେ ଆଉ ସେ ହି କୁଂବର ଙ୍କର ମୁହଁ ରେ କୀଟନାଶକ ପକେଇଥିଲା। ଅନ୍ୟମାନେ କୁଂବର ଙ୍କର ସାଥି ଅଟନ୍ତି ଆଉ ସମସ୍ତେ ଫେରାର ଅଟନ୍ତି।

କୁଂବର ପାଲ କୁ ପ୍ରଥମେ ବିଳାଶପୁର ସ୍ଥିତ ଏକ ଚିକିତ୍ସା ରେ ଭର୍ତ୍ତି କରାଗଲା ଆଉ ମାମଲା ଗମ୍ଭୀର ହେବାରୁ ତାକୁ ମୁରାଦାବାଦ ଠାରେ ଭର୍ତ୍ତି କରାଗଲା ଆଉ ସେଠାରେ ହି ତାର ମୃତ୍ୟୁ ହେଇଗଲା। ତାଙ୍କ ସମ୍ପର୍କୀୟ ଙ୍କ ଅନୁସାରେ କୁଂବରପାଳ ଙ୍କର ବିବାହ ର କଥା ଚାଲିଥିଲା।

ଏହା ଅନ୍ୟ କଥା କି କରୋନା ଭାଇରସ ନ ବ୍ୟାପିବା ପାଇଁ ସରକାର ଙ୍କ ଦ୍ଵାରା ସବୁ ଗାଁ କୁ ସ୍ୟାନିଟାଇଜ କରାଯାଉଛି। କୁଂବର ପାଲ ବି ଗାଁ କୁ ସ୍ୟାନିଟାଇଜ କରିବାକୁ ହି ଯାଇଥିଲା ମାତ୍ର ଯେଉଁ ଗାଁ ର ଉପକାର କରିବାକୁ ଗଲା ସେଠାରେ ହି ତାର ମୃତ୍ୟୁ ହେଲା। ମାତ୍ର ଏବେ ଯାଏ ଏହା ସ୍ଥିର ହେଇପାରିନାହିଁ କି କୁଂବର ପାଲ ର ହତ୍ୟା କାହିଁକି କରାଗଲା

Leave a Reply

Your email address will not be published. Required fields are marked *