ନୂଆଦିଲ୍ଲୀ: କୋରନା ଭାଇରସ ର ଚିକିତ୍ସା ଖୋଜିବା ପାଇଁ ପୁରା ଦୁନିଆରେ କେତେ ପରିକ୍ଷଣ କରା ଯାଉଛି। ଚୀନ ମଧ୍ୟ କୋରନା ଭାଇରସ ର ଔଷଧ ଖୋଜିବାକୁ ଲାଗିଛି।ହେଲେ ଏହା ଅସୁବିଧା ଯେ କ୍ଲିନିକାଲ ଟ୍ରାଏଲ ପାଇଁ କୋରନା ରୋଗୀ ମିଳୁ ନାହାଁନ୍ତି।
ଚୀନ କୋରନା ଭାଇରସ ସଂକ୍ରମଣ ଉପରେ ନିଜେ କାବୁ କରିଦେଇଛି। ଏହା ପରେ ଚୀନ ରେ କୋରନା ରୋଗୀ ମିଳିବ ବହୁତ କଷ୍ଟ ହେଉଛି। ଚୀନ ର ଏକ ବିଶେଷଜ୍ଞ ଡାକ୍ତର କହିଛନ୍ତି ଯେ ଟ୍ରାଏଲ ପାଇଁ ରୋଗୀ ନ ମିଳିବାରୁ ଅନେକ ଅଧ୍ୟୟନ କୁ ବନ୍ଦ କରିବାକୁ ପଡିଛି।
ଚୀନର ଲୋକମାନଙ୍କର ରେକର୍ଡ ଅନୁସାରେ ମଧ୍ୟ ଏପ୍ରିଲ ରୁ ଏବେ ପର୍ଯ୍ୟନ୍ତ ପାଖା ପାଖି ୪୫ ଟ୍ରାଏଲ କୁ ବନ୍ଦ କରାଯାଇଛି କାରଣ ଏହି ଟ୍ରାଏଲ ପାଇଁ କୌଣସି କୋରନା ରୋଗୀ ମିଳିଲେ ନାହିଁ। ଚୀନ ବହୁତ ଶିଘ୍ର ଏହା ଉପରେ କାବୁ କରିଦେଇଛି। ସେଥିପାଇଁ ଏଠାରେ ବଡ଼ ଧରଣର କ୍ଲିନିକାଲ ଟ୍ରାଏଲ ହେବାର ଆଶା ଶେଷ ହୋଇଛି।

ଡିସେମ୍ବରରେ ବୁହାନ ରୁ ପ୍ରଥମ ମାମଲା ଆଗକୁ ଆସିବା ପରେ ସଂକ୍ରମଣ ର ମାମଲା ସର୍ବମୋଟ ୮୨,୩୬୭ ରେ ପଂହଁଚି ଥିଲା। ଗୁରୁବାର କୁ ଭାଇରସ ର ମାମଲା ୨୬ ଟି ଆସିଥିଲା,ଏଥିରୁ ୧୫ ଟି ବିଦେଶ ରୁ ଆସିଥିବା ଲୋକ ଅଟନ୍ତି ଏବଂ ଏବେ ପର୍ଯ୍ୟନ୍ତ ୧,୦୮୧ ଲୋକଙ୍କର ଚିକିତ୍ସା ଚାଲିଛି।
ଚୀନ ସଂକ୍ରମଣ ର ଆରମ୍ଭ ଦିନରୁ କିଛି କ୍ଲିନିକାଲ ଟ୍ରାଏଲ କରିଥିଲା। ଏଥିରେ ଏକ ଆଣ୍ଟିଭାଇରଲ ଔଷଧ ରିମିଡିସିବିର ସାମିଲ ଥିଲା। ଏହି ଆମେରିକୀୟ ଔଷଧ ର ବ୍ୟବହାର ଇବୋଲା ସଂକ୍ରମଣ ରେ ବ୍ୟବହୃତ ହେଉଥିଲା। ଔଷଧ ତିଆରି କରୁଥିବା କମ୍ପାନୀ ଗିଲିୟଡ଼ କହିଲା ଯେ ଚୀନ ରେ ଟ୍ରାଏଲ ପାଇଁ ରୋଗୀ ମିଳୁ ନାହାଁନ୍ତି।
ଏବେ ଏହାର ୫ମ ଦ୍ଵିତୀୟ ଟ୍ରାଏଲ ଆମେରିକା ଏବଂ ୟୁରୋପ ରେ ହେଉଛି। ଆମେରିକା ଏବଂ ୟୁରୋପ ରେ ଏହା ଜୋର ରେ ବ୍ୟାପିବାରେ ଲାଗିଛି। ଦି ନ୍ୟୁ ଇଂଲଣ୍ଡ ଅଫ ମେଡିସିନ ର ଏକ ରିପୋର୍ଟ ଅନୁସାରେ ଚୀନ ରେ ଗମ୍ଭୀର ଲକ୍ଷଣ ଥିବା ୬୮ ପ୍ରତିଶତ ମାମଲା ରେ ଔଷଧ ପ୍ରତିକ୍ରିୟା କଲା ପାଖା ପାଖି ୫୩ ରୋଗୀ ଙ୍କ ପାଖରେ ଏହାର ସକରାତ୍ମକ ପ୍ରଭାବ ଦେଖାଗଲା।