ଜ୍ଵର ଓ କାଶ ନୁହେଁ, ସାମ୍ନା କୁ ଆସିଲା କରୋନା ର ନୂଆ ଲକ୍ଷଣ, ପାଦରେ ହୋଇଯାଏ ବାଇଗଣୀୟା ରଙ୍ଗର ଘା ।

ନୂଆଦିଲ୍ଲୀ- କରାେନା ଭାଇରସ ର ସଙ୍କଟ ଲଗାତାର ଲାଗିରହିଛି। ଦେଶରେ ୧୩,୩୮୭ ଲୋକ ଏହି ମହାମାରୀ ରେ ସଂକ୍ରମିତ ହୋଇଛନ୍ତି । ଯେଉଁଥିରୁ ୧,୭୪୮ ଜଣ ଭଲ ହୋଇଛନ୍ତି ,ସେଥିରୁ ୪୩୭ ଜଣ ଲୋକ କୋରୋନା ଭାଇରସ କବଳ ରେ ଆସି ମୃତ୍ୟୁବରଣ କରିଛନ୍ତି । କୋରୋନା ଭାଇରସ ପାଇଁ ଏବେ ପର୍ଯ୍ୟନ୍ତ କୌଣସି ଔଷଧ ବାହାର କରାଯାଇ ପାରିନାହିଁ ଓ ଏହାର ନୂଆ ନୂଆ ଲକ୍ଷଣ ଡାକ୍ତର କୁ ହଇରାଣ ରେ ପକାଉଛି । କୁହା ଯାଉଛି କି ବ୍ୟକ୍ତି ୧ ରୁ ୧୪ ଦିନ ପର୍ଯ୍ୟନ୍ତ ଦେହ ଖରାପ ରହିଥାଏ ।

ଜ୍ଵର, ଦେହ ବଥା ଓ ଶୁଖିଲା କାଶ କୋରୋନା ଭାଇରସ ରୋଗ ର ସାଧାରଣ ଲକ୍ଷଣ ହୋଇଥାଏ ।କିନ୍ତୁ ଏବେ ୟୁରୋପର ତାଙ୍କର ସେଠାରେ ଚିକିତ୍ସା କରୁଥିବା ଡାକ୍ତର ରୋଗୀଙ୍କ ଠାରେ ନୂଆ ଲକ୍ଷଣ ଦେଖିବାକୁ ପାଇଛନ୍ତି । ଏହି ସାମାନ୍ୟ ଲକ୍ଷଣ କୁ ଛାଡି ମଝିରେ ଡାକ୍ତର ମାନେ କହିଥିଲେ କି କୋରୋନା ଭାଇରସ ରେ ପୀଡ଼ିତ ବ୍ୟକ୍ତିର ଶୁଙ୍ଘିବା କ୍ଷମତା କମ୍ କିମ୍ବା ବନ୍ଦ ହୋଇଯାଇଥାଏ । କିନ୍ତୁ ଏବେ ଯେଉଁ ଲକ୍ଷଣ ଦେଖା ଯାଉଛି ବୋଲି କୁହାଯାଉଛି ତାହା ବହୁତ୍ କଷ୍ଟଦାୟକ ତାହା ଚକିତ କରିଦେବା ଭଳି ଅଟେ ।

ୟୁରୋପ ଡାକ୍ତରମାନେ ତାଙ୍କର ସେଠାରେ ଚିକିତ୍ସା କରୁଥିବା କୋରୋନା ରେ ପୀଡ଼ିତ ରୋଗୀଙ୍କ ଠାରେ ଛୋଟ ଛୋଟ ଘା ଦେଖିବାକୁ ପାଇଛନ୍ତି ।ଡାକ୍ତରଙ୍କ କହିବାକଥା ୟୁରୋପ ରେ ଭର୍ତ୍ତି ହେଉଥିବା ଅଧିକାଂଶ ରୋଗୀଙ୍କ ପାଦରେ ଛୋଟ ଛୋଟ ଘା ଦେଖିବାକୁ ମିଳୁଛି ।

ବାଇଗଣୀୟା ରୋଗର ଦେଖା ଯାଉଛି

google

ସ୍ପେନ ର ଡାକ୍ତରମାନେ ଚେତାବନୀ ଦେଇଛି କି କୋରୋନା ଭାଇରସ ଲକ୍ଷଣ ପାଦ ରେ ମଧ୍ୟ ଦେଖା ଦେଉଛି ।କିଛି ରୋଗୀର ପାଦ ଚର୍ମରେ ଘା ହୋଇଯାଇଛି । ସ୍ପେନିଶ ଚର୍ମ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି କି କୋଭିଡ୍-୧୯ ରୋଗୀ ମାନେ ଏକ ସାଙ୍ଗରେ ନିଜର ପାଦ ରେ ବାଇଗଣୀରଙ୍ଗର ଘା ଦେଖିବାକୁ ପାଇଛନ୍ତି । ସାଧାରଣତଃ ଏହି ଘା ଛୋଟ ପିଲା ଓ କିଶୋର ବୟସରେ ଦେଖାଯାଏ । ଡାକ୍ତରଙ୍କ ଅନୁସାରେ ବହୁତଥର ଏହା ହାଡଫୁଟି ରୋଗ ଭଳି ହୋଇଥାଏ ।

ଏବେ କିନ୍ତୁ ଡାକ୍ତରମାନେ କହୁଛନ୍ତି ଏଥିରେ ଆହୁରି ଅଧିକ ଗବେଷଣା ଆବଶ୍ୟକ କାହିଁକି ଏହି ଘା ବାହାରୁଛି ବୋଲି । ତାଙ୍କ ହିସାବରେ ଯଦି ଏମିତି ଘା ପାଦରେ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର । ସାଥିରେ ଏହା ବି ଦେଖା ଯାଉଛି କି କିଛି ଲୋକଙ୍କ ପାଦ ରେ ବହୁତ୍ ଘା ବାହାରୁଛି ।ସେହିଭଳି କିଛି ଲୋକଙ୍କ ପାଦରେ କେବଳ ଗୋଟିଏ ଘା ଦେଖାଦେଇଥାଏ ।

Leave a Reply

Your email address will not be published. Required fields are marked *