ଇନ୍ଦୋର: କୋରନା ସଂକ୍ରମଣ ର କାଳ ମଣ୍ଡୁଥିବା ଇନ୍ଦୋର ରେ ଗୁରୁବାର ଦିନ ଦୁଇଟି କ୍ଷେତ୍ରରେ ନୋଟ ପିଙ୍ଗିବା ଘଟଣା ହାହାକାର ସୃଷ୍ଟି କରିଥିଲା। ଏହି ନୋଟ ୧୦୦,୨୦୦ ଏବଂ ୫୦୦ ଟଙ୍କା ର ଥିଲା। ପୋଲିସ ଏବଂ ନଗର ନିଗମ ଦଳ ଏହି ସ୍ଥାନ ରେ ପଂହଁଚି ଏହି ନୋଟ ଗୁଡିକ ସାନିଟାଇଜ କରି ଜପତ କରିଛନ୍ତି । ସେପଟେ ,ଇନ୍ଦୋର ରେ ଭାଜପା ବିଧାୟକ ମହେନ୍ଦ୍ର ହାର୍ଡ଼ିଆ ଙ୍କ ଘରେ ପଂହଁଚି ହଙ୍ଗାମା ସୃଷ୍ଟି କରିଛନ୍ତି। ଏହି ସମୟରେ ସେ ତାଙ୍କ ଘର ବାହାରେ ଛେପ ପକାଉଥିଲେ।
ଇନ୍ଦୋର ର ଖତିପୁରା-ଗୌରୀ ନଗର ର ରାସ୍ତା ରେ ସକାଳୁ ପ୍ରଥମ ଘଟଣା ହେଇଛି। ନରେନ୍ଦ୍ର କୁରେଲ ଯେ କି ନିଗମ ର ଜର୍ଣ୍ଣାଲ ଅଧିକାରୀ କହିଲେ ତାଙ୍କୁ ସୂଚନା ମିଳିଛି ଯେ ଖତିପୁର ମୁଖ୍ୟ ରାସ୍ତା ସ୍ଥିତ ଚନ୍ଦ୍ରଭାନ୍ସୟ କ୍ଷତ୍ରିୟ ଖାତି ସମାଜ ଧର୍ମଶାଳା ନିକଟରେ ଦୁଇ ପ୍ରହର ୧୨ ଟାରେ କିଏ ଅଂଜ୍ଞାତ କାର ଆଣି ନୋଟ ଉଡେଇ ଚାଲିଯାଇଥିଲେ। ଏଥି ମଧ୍ୟରେ ୧୦୦,୨୦୦ ଏବଂ ୫୦୦ ନୋଟ ପାଖା ପାଖି ୨୫ ଟି ଅଛି।
ସାଙ୍ଗେ ସାଙ୍ଗେ ହୀର ନଗର ପୋଲିସ ଟିମ ସେଠି ପହଞ୍ଚିଲେ ଏବଂ ସମସ୍ତ ନୋଟି କୁ ସାନିଟାଇଜ କରି ବାଡ଼ି ସାହାଯ୍ୟ ରେ ପଲଥିନି ରେ ପୁରେଇ ଜପତ କରିଥିଲେ। ଥାନା ଦାୟିତ୍ୱ ରେ ଥିବା ରାଜୀବ ସିଂ ଭଦୋରିଆ ଙ୍କ ଅନୁସାରେ ନୋଟ କିଏ ଫିଙ୍ଗିଛି ଏହି ତଥ୍ୟ ଏଯାଏ ଜଣା ଯାଇନାହିଁ। ଏହି ଅଞ୍ଚଳରେ ଥିବା ୨ଟି ସିସିଟିଭି କ୍ୟାମେରା ରେ ମଧ୍ୟ ଖୋଜା ଯାଇଥିଲା ସେହି ସନ୍ଦେହ ପୂର୍ଣ ଗାଡି କିମ୍ବା ଆସିଥିବା ବ୍ୟକ୍ତି ବିଷୟରେ ଏ ପର୍ଯ୍ୟନ୍ତ କିଛି ସୂଚନା ପ୍ରାପ୍ତ ହୋଇନାହିଁ। ଏବେ ପର୍ଯ୍ୟନ୍ତ କେହି ଏମିତି ବ୍ୟକ୍ତି ମିଳିଛି ଯେ କି ଏହି କଥା କହିବ ଯେ କିଏ ନୋଟ ଫୋପାଡ଼ିଛି।
ଦ୍ୱିତୀୟ ଘଟଣା ତୁକୋଗଞ୍ଜ ଅଞ୍ଚଳରେ:
ହୀରା ନଗର କ୍ଷେତ୍ରରେ ସଂକ୍ରମିତ ନୋଟ ମିଳିବା ପରେ କିଛି ସମୟ ପରେ ସୂଚନା ମିଳିଲା ଯେ ସହରର ତୁକୋଗଞ୍ଜ କ୍ଷେତ୍ରରେ ୫୦୦ର ଦୁଇଟି ନୋଟ ପଡିଛି। ଲୋକମାନେ କହିଲେ ଏହି ନୋଟ ସଂକ୍ରମିତ ଅଟେ କୋରନା କୁ ବ୍ୟାପିବା ପାଇଁ ଏହି ନୋଟ ଫିଙ୍ଗା ଯାଇଛି। ନିର୍ମଳ ଶ୍ରୀବାସ ଯେ କି ଥାନା ପ୍ରଭାରୀ ସେ କହିଲେ ଯେ ନୋଟ ରାଣୀ ସତୀ ଗେଟ ସ୍ଥିତ ଡାକ୍ତର ବଙ୍ଗଳାର ଆଗରେ ରୋଡ଼ରେ ପଡିଥିଲା। ଏହି ନୋଟ କୁ ସାନିଟାଇଜ କରି ଜବତ କରାଯାଇଛି। କିଏ ନୋଟ ଫିଙ୍ଗିଛି ଏହା ମିଳିପାରିନି। ପୋଲିସ ଦୁଇଟି ମାମଲା କୁ ଯାଞ୍ଚ କରୁଛି।
ରାସନ କୁ ନେଇ ମହିଳା ଙ୍କ ହଙ୍ଗାମା:
ଇନ୍ଦୋରର ବେସ କ୍ଷେତ୍ର କ୍ରମାଙ୍କ ପାଞ୍ଚର ବିଧାୟକ ମହେନ୍ଦ୍ର ହାର୍ଡ଼ିଆ ଙ୍କ ଘରେ ପଂହଁଚି ଆଜାଦ ନଗରର ମହିଳା ହଙ୍ଗାମା ସୃଷ୍ଟି କରିଥିଲେ। ରାସନ ନ ମିଳିବା ର ଅଭିଯୋଗ କରୁଥିବା ମହିଳା ଘର ଆଗରେ ଛିପ ପକାଇଥିଲେ। ଘଟଣା ତୁ ଗୁରୁବାର ଦୁଇ ପ୍ରହରର ଅଟେ। ଏହି ସମୟରେ ହାର୍ଡ଼ିଆ ଘରେ ନଥିଲେ। ସମ୍ପର୍କୀୟଙ୍କର ସୂଚନା ପରେ ହାର୍ଡ଼ିଆ ଡିଆଇଜି ହରି ନାରାୟଣ ଚାରି ମିଶ୍ର ଫୋନ କରି କହିଲେ ସହରର ରେ ଲକ ଡାଉନ ଏବଂ କର୍ଫ୍ୟୁ ମଧ୍ୟ ,ଏହା ପରେ ମଧ୍ୟ ମହିଳା ମାନେ ଘରୁ ବାହାରି କିପରି ଆସିଲେ । ଏହା ପରେ ଡିଆଇଜି ସାଙ୍ଗେ ସାଙ୍ଗେ ବିଧାୟକ ଙ୍କ ଘରକୁ ପୋଲିସ ପଠାଇଲେ ଏବଂ ଭିଡ଼ କୁ ହଟେଇଲେ।