କେସର ଏବଂ ତୁଳସୀ ସ୍ୱାସ୍ଥ୍ୟ ଏବଂ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଏବଂ ଏହି ଦୁଇଟି ଜିନିଷର ସାହାଯ୍ୟରେ ତ୍ୱଚାକୁ ସୁନ୍ଦର କରାଯାଇପାରିବ । ଲୋକଡାଉନ ସମୟରେ ମହିଳା ମାନେ କେସର ଏବଂ ତୁଳସୀ ର ବ୍ୟବହାର କରି ନିଜର ଚେହେରାରେ ଉଜ୍ବଳତା ଆଣିପାରିବେ ଏବଂ ସୁନ୍ଦର ତ୍ୱଚା ପାଇପାରିବେ । ତେଣୁ ଆସନ୍ତୁ ଜାଣିବା ଯେ ସେହି ଦୁଇଟି ଜିନିଷ ଚେହେରାର ଲଗାଇବା ଦ୍ଵାରା କେଉଁ ଲାଭ ମିଳିଥାଏ ।
କେସର ଏବଂ ତୁଳସୀ ର ତ୍ୱଚା ସହିତ ଜଡ଼ିତ ଲାଭ :
୧ . ଚେହେରାରେ ଉଜ୍ବଳତା ଆସିବ :

ଚେହେରାର ଉଜ୍ବଳତା ଆଣିବା ପାଇଁ ତୁଳସୀ ଲାଭଦାୟକ ବୋଲି ପ୍ରମାଣିତ ହୋଇଥାଏ । କେସର ଏବଂ ତୁଳସୀ କୁ ଲଗାଇବା ଦ୍ଵାରା ଚେହେରାର ହଜିଯାଇଥିବା ଉଜ୍ବଳତା ପୁଣିଥରେ ଫେରି ଆସିଥାଏ । ଏଥିପାଇଁ ଯେଉଁ ମହିଳାଙ୍କ ତ୍ୱଚା ରୁକ୍ଷ ଅଟେ ସେମାନେ ଏହାକୁ ପ୍ରତିଦିନ ନିଶ୍ଚିତ ଲଗାନ୍ତୁ ।
ଏହିପରି କରନ୍ତୁ ଫେସ ପ୍ୟାକ ପ୍ରସ୍ତୁତ :
ଫେସ ପ୍ୟାକ ବନାଇବା ପାଇଁ ଆପଣଙ୍କୁ କେସର , ତୁଳସୀ ଏବଂ କ୍ଷୀର ର ଆବଶ୍ୟକତା ପଡ଼ିବ । ସର୍ବପ୍ରଥମେ ତୁଳସୀ ପତ୍ରକୁ ଭଲଭାବରେ ପେଷି ନିଅନ୍ତୁ । ପୁଣି ଏକ ପାତ୍ରରେ କ୍ଷୀର ନେଇ ସେଥିରେ କେସର ମିଶାନ୍ତୁ । ଏହି ଦୁଇ ଜିନିଷକୁ ଭଲଭାବରେ ମିକ୍ସ କରିନିଅନ୍ତୁ । ମିକ୍ସ କରିସାରିବା ପରେ ସେଥିରେ ପେଷିଥିବା ତୁଳସୀ ପତ୍ର ଢ଼ାଳି ଦିଅନ୍ତୁ । ଫେସପ୍ୟାକ ପ୍ରସ୍ତୁତ ହୋଇସାରିବା ପରେ ତାହାକୁ ନିଜ ମୁଁହରେ ଲଗାଇ ଦିଅନ୍ତୁ ଏବଂ ୧୫ ମିନିଟ ପରେ ତାହାକୁ ସଫା କରିଦିଅନ୍ତୁ । ନିୟମିତ ରୂପରେ ଏହି ପ୍ୟାକ ଲଗାଇବା ଦ୍ଵାରା ଚେହେରାରେ ଉଜ୍ବଳତା ଆସିଯିବ । ଆପଣ ଯଦି ଚାହିଁବେ ଏହି ଫେସ ପ୍ୟାକରେ ବେସନ ମଧ୍ୟ ମିଶାଇ ପାରିବେ ।
୨ . ରକ୍ତ ପରିଷ୍କାର ହେବ :
ତୁଳସୀ ଏବଂ କେସର ମଧ୍ୟରେ ଥିବା ଗୁଣ ରକ୍ତ ପରିଷ୍କାର କରିଥାଏ । ରକ୍ତ ପରିଷ୍କାର ହେବା ଦ୍ଵାରା ବ୍ରଣର ଅସୁବିଧା ହୁଏନାହିଁ । ଏଥିପାଇଁ ଯେଉଁ ଲୋକଙ୍କର ବ୍ରଣ ଏବଂ ଦାନ୍ତର ଅସୁବିଧା ଥାଏ ସେହି ଲୋକମାନେ ତୁଳସୀ ଏବଂ କେସର ସେବନ କରିବା ଉଚିତ । ତୁଳସୀ ଏବଂ କେସର ସେବନ କରିବା ଦ୍ଵାରା ବ୍ରଣ ସମସ୍ୟା ହେବ ନାହିଁ । ପ୍ରକୃତରେ ଏହି ଦୁଇଟି ଜିନିଷକୁ ଉପଯୁକ୍ତ ରକ୍ତ ପରିଷ୍କାର କରୁଥିବା ଉପକାରୀ ଜିନିଷ ବୋଲି କୁହାଯାଏ । ଏହାର ସେବନ କରିବା ତ୍ୱଚା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ।
ତୁଳସୀର ସେବନ :

ଆପଣ ପ୍ରତିଦିନ ଅତିକମରେ ୪ ରୁ ୮ ଟି ତୁଳସୀ ପତ୍ର ସେବନ କରନ୍ତୁ । ତୁଳସୀ ପତ୍ର ଖାଇବା ଦ୍ୱାରା ରକ୍ତରେ ଥିବା ଅଶୁଦ୍ଧ ନାଶ ହୋଇଯାଇଥାଏ ଏବଂ ଚେହେରାରେ ଉଜ୍ବଳତା ଆସିଯାଏ । ଏହାସହିତ କଳା ଦାଗ ଏବଂ ବ୍ୟଥା ମଧ୍ୟ ଦୂର ହୋଇଯିବ ।
କେସର ସେବନ :
କେସର କ୍ଷୀର କୁ ପିଇବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ ଏବଂ ବ୍ରଣ ହୁଏନାହିଁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ କେସର ଯୁକ୍ତ କ୍ଷୀର ନିହାତି ପିଅନ୍ତୁ । କେସର ଯୁକ୍ତ କ୍ଷୀର ପ୍ରସ୍ତୁତ କରିବା ପାଇଁ ଆପଣ ଏକ ଗ୍ଲାସ କ୍ଷୀର କୁ ଗ୍ୟାସ ରେ ଗରମ କରିବା ପାଇଁ ରଖନ୍ତୁ । ତାପରେ ସେହି କ୍ଷୀରରେ ଅଳ୍ପ କେସର ଏବଂ ଚିନି ମିଶାଇ ସେବନ କରନ୍ତୁ ।
ଗୋରା ତ୍ୱଚା ପାଇବା ପାଇଁ କେସର ଯୁକ୍ତ କ୍ଷୀର ସବୁଠାରୁ ଉତ୍ତମ ବୋଲି କୁହାଯାଏ । ଏପରି କୁହାଯାଏ ଯେ କେସର ମିଶା କ୍ଷୀର ପିଇବା ଦ୍ୱାରା ତ୍ୱଚା ଗୋରା ହୋଇଯାଏ । ଏହି କାରଣ ଅଟେ ଯେ ଗର୍ଭବତୀ ମହିଳା ମାନେ କେସର ଯୁକ୍ତ କ୍ଷୀର ସେବନ କରିଥାନ୍ତି । ଯାହାଦ୍ୱାରା ତାଙ୍କ ସନ୍ତାନ ଗୋରା ହେବ । ତେଣୁ ଆପଣ ମଧ୍ୟ ଗୋରା ତ୍ୱଚା ପାଇଁ କେସର ଯୁକ୍ତ କ୍ଷୀର ସେବନ କରନ୍ତୁ ।
ଏହି କଥା ପ୍ରତି ଧ୍ୟାନ ରଖନ୍ତୁ :
କେସର ର ପ୍ରଭାବ ଅତ୍ୟଧିକ ଗରମ ହୋଇଥାଏ । ଏଥିପାଇଁ କେସର ର ଅଧିକ ସେବନ କରନ୍ତୁ ନାହିଁ । ଅଳ୍ପ କେସର ହିଁ ସେବନ କରନ୍ତୁ ।
ଆମର ଏହି ଆର୍ଟିକିଲ ଟି ଯଦି ଭଲ ଲାଗିଥାଏ ଗୋଟେ ଲାଇକ କରନ୍ତୁ ଏବଂ ସାଙ୍ଗ ସାଥୀଙ୍କ ସହିତ ଶେୟର କରିବାକୁ ଭୁଲନ୍ତୁ ନାହିଁ |