ଚାଣକ୍ୟ ନୀତି: ଏହି ୬ ପ୍ରକାର ଲୋକଙ୍କ ପାଖରେ କେବେ ପଇସା ରୁହେ ନାହିଁ, କଷ୍ଟ ରେ କଟିଥାଏ ପୁରା ଜୀବନ

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଏକ ଲୋକୋପ୍ରିୟ ଶିକ୍ଷକ, ଦାର୍ଶନିକ, ଅର୍ଥଶାସ୍ତ୍ରୀୟ ଓ ସଠିକ୍ ମାର୍ଗଦର୍ଶକ ରୂପେ ଜଣା ଯାଆନ୍ତି । ଆଚାର୍ଯ୍ୟ ଚାଣକ୍ୟ ପାଟଳୀ ପୁତ୍ରର ମହାନ୍ ବିଦ୍ୱାନ ଥିଲେ ।ଏତେ ବଡ଼ ରାଜ୍ୟର ମନ୍ତ୍ରୀ ହୋଇ ମଧ୍ୟ ସାଧାରଣ କୁଟିଆ ରେ ରହିବାକୁ ପସନ୍ଦ କରନ୍ତି ।ଏହା ସହ ଅତି ସାଧାରଣ ଜୀବନ ଜିଇବାରେ ବିଶ୍ୱାସ ରଖନ୍ତି ।ଚାଣକ୍ୟ ତାଙ୍କ ଜୀବନରୁ ମିଳିଥିବା କିଛି ଅନୁଭବ କୁ ଏକ ବହି ”ଚାଣକ୍ୟ ନୀତି” ରେ ଜାଗା ଦେଇଛନ୍ତି । ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ ମନୁଷ୍ୟଙ୍କ ପାଇଁ କିଛି ନୀତି ଉଲେଖ ଅଛି ।ଯଦି ମନୁଷ୍ୟ ନିଜର ଜୀବନକାଳ ରେ ଏହି ନୀତିର ଅନୁସରଣ କରେ ତାହେଲେ ତାହାର ଜୀବନ ସୁଖମୟ ହୋଇଥାଏ ।ସେ ଏକ ଶ୍ଳୋକ ମାଧ୍ୟମରେ ସେହି କୁ 6 ଲୋକଙ୍କ ବିଷୟରେ କହିଛନ୍ତି , ଯିଏ କେବେ ଧନୀ ହେଇପାରିବ ନାହିଁ ।

Success Mantra:Chanakya Niti Suggests 5 qualities for happy ...
google

ଶ୍ଳୋକ

କୁଚୋୖଳିନ ଦନ୍ତମଲୋପଧାରିଣ ବହ୍ମାସିନଂ ନିଷ୍ଠୁରଭାଷିଣଂ ତ ।

ସୂର୍ୟୋଦୟ ଚାସ୍ତମିତେ ଶୟାନ ବିମୁଚ୍ଛତିଶ୍ରୀୟଯଦି ଚକ୍ରପାଣିଃ ।

ଏହି 6 ପ୍ରକାର ଲୋକ କେବେ ଧନୀ ହୋଇପାରିବେ ନାହିଁ

1. ଚାଣକ୍ୟ କହୁଥିଲେ ଯେଉଁ ଲୋକ ଅପରିଷ୍କାର ବସ୍ତ୍ର ପରିଧାନ କରିଥାଏ ତାଙ୍କ ପାଖକୁ କେବେ ଲକ୍ଷ୍ମୀ ଆସନ୍ତି ନାହିଁ । ଯେଉଁ ଲୋକ ଅପରିଷ୍କାର କୁ ପସନ୍ଦ କରନ୍ତି,ତାଙ୍କର ଆଖପାଖରେ ସଫାସୁତୁରା ର ଧ୍ୟାନ ଦିଅନ୍ତି ନାହିଁ ,ତାଙ୍କ ଉପରେ ଧନର ଦେବୀ ଲକ୍ଷ୍ମୀ ର କୃପା ବରଷେ ନାହିଁ । ସାଥିରେ ଏମିତି ଲୋକକୁ ମଧ୍ୟ ସମାଜ ପସନ୍ଦ କରିନଥାନ୍ତି ।

2. ଏହି ଶ୍ଳୋକରେ ରେ ଚାଣକ୍ୟ ଏହି କଥା କହିଛନ୍ତି ଯେଉଁ ଲୋକର ଦାନ୍ତ ସଫା ରହିନଥାଏ ଏବଂ ଯିଏ ଏହା ପ୍ରତି ଅଧିକ ଧ୍ୟାନ ଦେଇ ନଥାଏ, ସେ ଗରିବୀ ର ସାମ୍ନା ନିହାତି କରିଥାଏ ।ଏମିତି ଲୋକଙ୍କୁ ଲକ୍ଷ୍ମୀ ତ୍ୟାଗ କରିଥାନ୍ତି । ଯେଉଁ ଲୋକମାନେ ପ୍ରତିଦିନ ଦାନ୍ତ ସଫା କରିଥାନ୍ତି ତାଙ୍କ ଉପରେ ଲକ୍ଷ୍ମୀଙ୍କ କୃପା ରହିଥାଏ ।

3. ଚାଣକ୍ୟଙ୍କ ହିସାବରେ ଯେଉଁ ବ୍ୟକ୍ତି ଭୋକ ରେ ଅଧିକ ଖାଇଥାଏ,ସେ ବି କେବେ ଧନବାନ ହୋଇ ପାରିନଥାଏ । ଦରିଦ୍ରତା ମନୁଷ୍ୟକୁ ଧୀରେ ଧୀରେ ବୁଡ଼େଇ ଚାଲିଥାଏ । ସାଥିରେ ଆବଶ୍ୟକ ଠାରୁ ଅଧିକ ଖାଉଥିବା ବ୍ୟକ୍ତିଙ୍କ ଦେହ ମଧ୍ୟ ଭଲ ରହିନଥାଏ ।ସେ କୌଣସି ନା କୌଣସି ରୋଗରେ ପଡିରହିଥାଏ ।

The Way to RICH MAN – STAY ALERT
google

4. କଡ଼ା ବଚନ କହୁଥିବା ଲୋକ ବି ସବୁ ବେଳେ ଗରିବ ରହିଥାଏ ।ଚାଣକ୍ୟଙ୍କ ଅନୁସାରେ ସବୁ ବ୍ୟକ୍ତିକୁ ମିଠା ବଚନ କହିବା ଦରକାର ଓ ଯିଏ ନିଜର କଥାରେ ଅନ୍ୟକୁ କଷ୍ଟ ଦେଇଥାଏ , ତାଙ୍କ ଉପରେ ଲକ୍ଷ୍ମୀ ସବୁ ବେଳେ ନାରାଜ ରହିଥାନ୍ତି । କଠୋର ବାଣୀ କହୁଥିବା ବ୍ୟକ୍ତି ଉପରେ ଲକ୍ଷ୍ମୀଙ୍କ କୃପା ବରଷେ ନାହିଁ ଓ ତାଙ୍କର କେହି ମିତ୍ର ମଧ୍ୟ ନଥାନ୍ତି ।ଏମିତି ଲୋକଙ୍କ ବହୁତ୍ ଶତ୍ରୁ ଥାନ୍ତି ଓ ସବୁ ବେଳେ ଶତ୍ରୁ ଘେର ରେ ରହିଥାନ୍ତି ।

5. ଯେଉଁ ବ୍ୟକ୍ତି ସକାଳ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖାଲି ଶୋଇ ରହିଥାଏ, ସେ ବି କେବେ ଧନବାନ ହୋଇପାରିନଥାଏ ।ଚାଣକ୍ୟଙ୍କ ହିସାବରେ ଯେଉଁ ବ୍ୟକ୍ତି ସୂର୍ଯାଦୟ ରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କେବଳ ଶୋଇରହିଥାଏ , ତାଙ୍କ ଉପରେ କେବେ ଲକ୍ଷ୍ମୀଙ୍କ କୃପା ବରଷେ ନାହିଁ ।ସେମାନେ ସବୁ ବେଳେ ପଇସାର ଅଭାବ ରେ ରହିଥାନ୍ତି ।ବିନା କାରଣରେ ଶୋଇବା ମନୁଷ୍ୟ ପାଇଁ ହାନିକାରକ କୁହାଯାଇଥାଏ ।

6. ଏହା ଛଡା ସେହି ଲୋକ ମଧ୍ୟ କେବେ ଧନୀ ହୋଇପାରିନଥାଏ ଯିଏ ଅନ୍ୟାୟ, ବେଇମାନୀ ରେ ପଇସା କମାଇବାରେ ବିଶ୍ୱାସ ରଖିଥାଏ ।ଏମିତି ପଇସା କମେଇଲାବାଳା ଲୋକ ଅଧିକ ଦିନ ପର୍ଯ୍ୟନ୍ତ ଧନୀ ହୋଇରହିନଥାନ୍ତି ।ବହୁତ୍ ଜଲଦି ଏମିତି ଲୋକ କୁ ଲକ୍ଷ୍ମୀ ରୁଷି ଯାଆନ୍ତି ଓ ସେମାନେ ସବୁବେଳେ କଙ୍ଗାଳ ହୋଇଯାଆନ୍ତି ।

Leave a Reply

Your email address will not be published. Required fields are marked *